ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଗଣଦୁଷ୍କର୍ମ। କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଞ୍ଚଳରେ ଏମିତି ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯିବା ସହ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଜୁନାଗଡ଼-ଭବାନିପାଟଣା ୨୬ନମ୍ବର ଜାତୀୟ ରାଜପଥ କଡ଼ ଜାରିଙ୍ଗ ଜଙ୍ଗଲରେ ଏହି ଘଟଣା ଘଟିତିବା  ପୀଡ଼ିତା ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି।

ଗତ ୧୪ ତାରିଖରେ ଏହି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତି। ଭବାନୀପାଟଣାରୁ ଅପରାହ୍‌ଣ ୨ଟା ସମୟରେ ଘରକୁ ଫେରୁଥିଲା ବେଳେ ୫ରୁ ୬ ଜଣ ଯୁବକ ତାଙ୍କୁ ଜାରିଙ୍ଗ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ସେ କହିଛନ୍ତି।

ଯୁବତୀ ଓ ତାଙ୍କ ସହ ଥିବା ଜଣେ ବ୍ୟକ୍ତିଙ୍କୁ ଛୁରୀ ଦେଖାଇ ଯୁବକମାନେ ଏମିତି କରିଥିବା ଜଣାପଡ଼ିଛି। ଭିଡିଓରେ ଥିବା ଯୁବକମାନଙ୍କୁ ପୋଲିସ ଧରିବା ତନାଘନା ଆରମ୍ଭ କରିଛି।

Comment