ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଆଜିର ପ୍ରମୁଖ ଖବର।

ମୋଦୀଙ୍କୁ ନବୀନ କହିଲେ, ହାପି ବାର୍ଥ ଡେ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କ ପାଇଁ ସୁସ୍ଥ ଓ ଦୀର୍ଘ ଜୀବନର କାମନା କରିଛନ୍ତି ନବୀନ।

କାହିଁକି ମା’, ପରିବାର ସହ ରହନ୍ତିନି ମୋଦୀ?

ମୋଦୀ ତାଙ୍କ ଜୀବନର ଆଉ ଏକ ପ୍ରସଙ୍ଗର ଖୁଲାସା ମଧ୍ୟ କରିଛନ୍ତିା ଦେଶର ପ୍ରଧାନମନ୍ତ୍ରୀ ହୋଇ ବି ଆଜି ମୋଦୀ ତାଙ୍କ ମା’ଙ୍କଠୁ ପଇସା ନିଅନ୍ତି। ତାଙ୍କ ମା’ ତାଙ୍କୁ ପଇସା ପଠାଇ ଥା’ନ୍ତି ବୋଲି ସେ କହିଥିଲେ।

ରଙ୍ଗମାଟିଆରେ ହତ୍ୟା ଘଟଣା: ୬ଦିନ ପରେ ଧରାପଡ଼ିଲା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ମଞ୍ଚେଶ୍ୱର ପୋଲିସକୁ ୬ ଦିନ ପରେ ସଫଳତା ମିଳିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ପ୍ରମୋଦ ପରିଡ଼ାକୁ ମଞ୍ଚେଶ୍ୱର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

୩୩ବର୍ଷରେ ପାଦଦେଲେ ଭାରତର ଯାଦୁଗରୀ ସ୍ପିନର୍ ଆର୍‌ ଅଶ୍ୱିନୀ 

ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବୋଲର୍ ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ। ମଙ୍ଗଳବାର ଏହି ଅଫ୍ ସ୍ପିନର୍ ଜଣକ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି।

ପାଟଣାଗଡ଼ରେ ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିକୁ ହତ୍ୟା କରି ପାହାଡ଼ ଉପରେ ଫୋପାଡ଼ି ଦେଲେ ଲୋକେ

ବଲାଙ୍ଗିର: ଆଧୁନିକତା ଆଡ଼କୁ ସମାଜ ଅଗ୍ରଗତି କରିଥିଲେ ମଧ୍ୟ ଆଜିବି କେଉଁଠି ନା କେଉଁଠି ଅନ୍ଧବିଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲରମ୍ବା ଥାନା ଟିଟକାମାଲ ଗାଁରେ।

ମାଲକାନଗିରି: ଯାଇପାରିଲାନି ଆମ୍ବୁଲାନ୍ସ, ରୋଗୀକୁ ୫ କିଲୋମିଟର ଭାରରେ ବୁହାଇଲେ ନିଜେ ଡାକ୍ତର-ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଞ୍ଚଳରେ ଦେବଦୂତ ସାଜିଲେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର। ଜଣେ ରୋଗୀକୁ ୫ କିଲୋମିଟର ଯାଏଁ  କାନ୍ଧରେ ବୋହିଲେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର।

ପ୍ରଧାନମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୬୯ତମ ଜନ୍ମଦିନ। ତାଙ୍କ ଜନ୍ମଦିନ ଉପଲକ୍ଷେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ଏକ ସୁନ୍ଦର ଉପହାର ଦେଇଛନ୍ତି ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଳୁକାକଳା ମାଧ୍ୟମରେ ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ।

ନାଁ ବଡ଼ ହେଲେ ଦିନିକିଆରେ କରିଛନ୍ତି ମାତ୍ର ଗୋଟିଏ ଶତକ

କ୍ରିକେଟରେ ଭାରତର ସ୍ଥାନ ଏବେ ବହୁତ ଉପରେ। ନିଜ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁଁ ଦଳ ଦିନିକିଆ, ଟେଷ୍ଟ ଓ ଟେ-୨୦ରେ ନିଜ ଦବଦବା ରଖିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତ ଆସିବା ପରଠୁ ଅନେକ କିମ୍ଵଦନ୍ତୀ କ୍ରିକେଟର ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି।

୬୯ ଛୁଇଁଲେ ମୋଦୀ, ପ୍ରଧାନମନ୍ତ୍ରୀ ହେବା ଦିନରୁ ଥରେ ବି ହୋଇ ନାହାନ୍ତି ଅସୁସ୍ଥ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ଦେଶବାସୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ହାପି ବାର୍ଥ ଡେ’ ଆକାଶ

ଓଲିଉଡ୍ ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକଙ୍କ ଆଜି ଜନ୍ମଦିନ। ୧୯୮୧ ମସିହାରେ ଆଜିର ଦିନରେ ଯାଜପୁର ରୋଡ୍‌ରେ ଜନ୍ମିତ ଆକାଶ ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି।

ପୁରୁଣା ଭୁବନେଶ୍ୱରରେ କଟକ ତାରକସିର ଝଲକ

ଏଣିକି ଭୁବନେଶ୍ୱରରେ ଦେଖିବାକୁ ମିଳିବ କଟକ ଭଳି ଚାନ୍ଦିମେଢ଼। ଦୁର୍ଗତୀନାଶିନୀଙ୍କ ଆଗମନରେ ଚାରିଆଡ଼େ ପ୍ରସ୍ତୁତି ଚାଲିଛି। ସେଥିପାଇଁ ସାଜସଜାରେ ମାତିଛନ୍ତି ସବୁ ପୂଜା କମିଟି। ବିଶାଳକାୟକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିବ ପୂଜା ମଣ୍ଡପ। ଏଥର କଟକର ଚାନ୍ଦିମେଢ଼କୁ ବି ଭୁବନେଶ୍ୱରରେ ଆଣିବାକୁ ଚେଷ୍ଟା କରିଛନ୍ତି ପୁରୁଣା ଭୁବନେଶ୍ୱରର ବ୍ରାହ୍ମଣନିଯୋଗ ଦୁର୍ଗାପୂଜା କମିଟି।

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା – ଚଳଚଞ୍ଚଳ ପାରାଦୀପ

ଆଜି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଗମନରେ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ବିଶ୍ୱକର୍ମାଙ୍କ ପୂଜା ପାଇଁ ବିଭିନ୍ନ ସ୍ଥାନରେ ହୋଇଛି ଜୋରଦାର ପ୍ରସ୍ତୁତି। ଚଳିତ ବର୍ଷ ପ୍ରାୟ ୨୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା।

Comment