ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।

କିଏ ଦାଦା ସାହେବ୍‌ ଫାଲକେ? ଯାହାଙ୍କ ନାଁରେ ଦିଆଯାଏ ସର୍ବୋଚ୍ଚ ସିନେମା ସମ୍ମାନ

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ହେଲେ ଆପଣ ଜାଣନ୍ତି କି କିଏ ଦାଦା ସାହେବ୍‌ ଫାଲକେ? ଯାହାଙ୍କ ନାମରେ ଦିଆଯାଏ ସିନେମାର ସର୍ବୋଚ୍ଚ ସମ୍ମାନ।

ଆକ୍ରମଣ ପାଇଁ ଆତଙ୍କବାଦୀ ଷଡ଼ଯନ୍ତ୍ର – ଶ୍ରୀନଗର, ପଠାନକୋଟ୍‌ ଏୟାରବେସ୍‌ରେ ଅରେଞ୍ଜ୍‌ ଆଲର୍ଟ

ଆତଙ୍କବାଦୀ ସଙ୍ଗଠନ ପୁଣିଥରେ ଭାରତରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଏନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି। ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ପଠାନକୋଟ, ଅମୃତସର, ଶ୍ରୀନଗର ଆଦି ମେଟ୍ରୋ ସିଟିରେ ଆକ୍ରମଣ ପାଇଁ ଚିନ୍ତା କରୁଛି। ଏହି ଆକ୍ରକଣ ପାଇଁ ପାଖାପାଖି ୧୦ ଜଣ ଆତଙ୍କବାଦୀ ପ୍ରସ୍ତୁତ ହେଉଥିବା ସନ୍ଦେହ କରାଯାଉଛି।

ମଝି ଆକାଶରେ ଦୁର୍ଘଟଣା ଗ୍ରସ୍ତ ହେଲା ମିଗ୍‌ ୨୧ – ବିମାନରୁ ଡେଇଁଲେ ଦୁଇ ପାଇଲଟ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ବୁଧବାର ବାୟୁସେନାର ମିଗ୍‌ ୨୧ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ବିମାନ କ୍ରାଶ ହେବା ପୂର୍ବରୁ ସ୍କ୍ୱାଡ୍ରନ ଲିଡରଙ୍କ ସମେତ ଦୁଇ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଆସିବାରେ ସଫଳ ହୋଇଛନ୍ତି।

ପ୍ଲାଷ୍ଟିକ୍‌ ମୁକ୍ତ ହେବ ସରକାରୀ ଅଫିସ୍‌, ବ୍ୟବହାର ହେବନି ପ୍ଲାଷ୍ଟିକ୍‌ ବୋତଲ ଓ ଗ୍ଲାସ

ଏଣିକି ସରକାରୀ ଅଫିସ୍ ଓ ବୈଠକରେ ବ୍ୟବହାର ହେବନି ପ୍ଲାଷ୍ଟିକ୍ ଗ୍ଲାସ୍ ଓ ପ୍ଲାଷ୍ଟିକ୍‌ ବୋତଲ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହି ନିୟମ ଏବେ ସରକାରୀ କାର୍ଯ୍ୟାଳୟରେ ବି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ପାଲା, ନନ୍ଦନକାନନରେ ପଡ଼ିଲା ତାଲା

ନନ୍ଦନକାନନରେ ପଡ଼ିଲା ତାଲା। ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ୪ଟି ହାତୀମୃତ୍ୟୁ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ନନ୍ଦନକାନନ ଗେଟ୍‌ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଛନ୍ତି।

ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ରାଜ୍ୟର ୧୩ଟି ଜିଲ୍ଲାରେ ବୁଧବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତି ଆଞ୍ଚଳିକ ପାଣିପାଗ ବିଭାଗ।

ରାଜ୍ୟରେ ସରକାରୀ କର୍ମଚାରୀ ମାସର ଶେଷ ଦିନରେ ପାଇବେ ଦରମା

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି। ଏଣକି ସରକାରୀ କର୍ମଚାରୀଙ୍କୁ ମାସର ଶେଷ ଦିନରେ ଅଥବା ମାସର ଶେଷ କାର୍ଯ୍ୟଦିବସରେ ଦରମା ଓ ପେନ୍‌ସନ୍‌ ମିଳିବ। ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀମାନଙ୍କୁ ଦରମା ଏବଂ ପେନ୍‌ସନ୍‌ ପାଇବା ପାଇଁ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁ ମାସର ଦରମା ସେହି ମାସରେ ପାଇପାରିବେ।

ବର୍ଷା ପାଇଁ ଗଞ୍ଜାମ ଓ ଗଜପତିରେ ବନ୍ଦ ରହିବ ସମସ୍ତ ସ୍କୁଲ

ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ୩୫ ମିଲିମିଟର ବର୍ଷା ହୋଇଛି, ଏବେ ବି ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ସ୍କୁଲରେ ଶିକ୍ଷକମାନେ ଉପସ୍ଥିତ ରହିବେ।

ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଲେ ବିଜେଡି ସାଂସଦ, ଭିଡିଓ ଭାଇରାଲ

ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ବିଜେଡି ସାଂସଦଙ୍କ ଚାପୁଡ଼ା। ଏମତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବସରରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଟି-୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆରେ ନଜର ଆସିପାରନ୍ତି ଏହି ଖେଳାଳି

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ଵକପ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଦଳ ନିଜର ଗେମ ପ୍ଲାନ ମଧ୍ୟ ଆରମ୍ଭ କରିଦେଇଛି। ଆଗାମୀ ବିଶ୍ୱକପକୁ ନଜରରେ ରଖି ଭାରତୀୟ ଦଳରେ ବିଭିନ୍ନ ପରିବର୍ତ୍ତନ କରୁଛି ଟିମ୍ ମ୍ୟାନେଜମେଣ୍ଟ।

ଅକ୍ଟୋବର ୧ରେ ଭାରତରେ ଲଞ୍ଚ ହେବ ଫୋଲ୍‌ଡେଡ୍‌ ସ୍ମାର୍ଟଫୋନ Samsung Galaxy Fold

ସାଉଥ୍‌ କୋରିଆନ୍‌ ଯେକ୍ନୋଲୋଜି କମ୍ପାନି ସାମସଙ୍ଗ ଆସନ୍ତା ଅକ୍ଟୋବର ୧ରେ ଭାରତରେ ଲଞ୍ଚ କରିବାକୁ ଯାଉଛି ଫୋଲ୍‌ଡେଡ୍‌ ସ୍କ୍ରିନ୍‌ ସହ ‘ଗାଲାକ୍ସି ଫୋଲ୍‌ଡ’ ସ୍ମାର୍ଟଫୋନ। ନିକଟରେ ଏହି ସ୍ମାର୍ଟଫୋନର ବିକ୍ରି ସାଉଥ୍‌ କୋରିଆରେ ଆରମ୍ଭ ହୋଇଛି।

ବିଜେପୁର ପାଇଁ ଚାଲିଛି କସରତ୍ – ତିନି ଦଳରେ ଛିଡୁନି ଟିକେଟ ଗଣିତ

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିଲେ ମଧ୍ୟ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଗଣିତ ଛିଡୁନି। ସବୁ ଦଳରେ ଦୁଇରୁ ଅଧିକ ଆଶାୟୀ ଥିବାରୁ ଦଳୀୟ ମ୍ୟାନେଜରମାନେ ଚିନ୍ତାରେ ପଡ଼ିଛନ୍ତି। କାଳେ କାହାର ଟିକେଟ କଟିଲେ ନିର୍ବାଚନ ବେଳେ ସେମାନେ ବିଦ୍ରେୀହୀ ସାଜି ପ୍ରାର୍ଥୀଙ୍କ ପାଇଁ ଅଢୁଆ ସୃଷ୍ଟି କରିବେ ସେହି ଭୟ ଏବେ ଘାରିଛି ତିନି ଦଳର ମ୍ୟାନେଜରଙ୍କୁ।

Comment