ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସାଉଥ୍‌ କୋରିଆନ୍‌ ଯେକ୍ନୋଲୋଜି କମ୍ପାନି ସାମସଙ୍ଗ ଆସନ୍ତା ଅକ୍ଟୋବର ୧ରେ ଭାରତରେ ଲଞ୍ଚ କରିବାକୁ ଯାଉଛି ଫୋଲ୍‌ଡେଡ୍‌ ସ୍କ୍ରିନ୍‌ ସହ ‘ଗାଲାକ୍ସି ଫୋଲ୍‌ଡ’ ସ୍ମାର୍ଟଫୋନ। ନିକଟରେ ଏହି ସ୍ମାର୍ଟଫୋନର ବିକ୍ରି ସାଉଥ୍‌ କୋରିଆରେ ଆରମ୍ଭ ହୋଇଛି।

ଭାରତରେ ‘ଗାଲାକ୍ସି ଫୋଲ୍‌ଡ’ ସ୍ମାର୍ଟଫୋନର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ରହିବ। ଗତ ଏପ୍ରିଲ ୨୬ ତାରିଖରେ କମ୍ପାନି ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିବାର ଥିଲା। ହେଲେ ଡିସ୍‌ପ୍ଲେରେ କିଛି ସମସ୍ୟା ଦେଖାଯିବାରୁ ଏହାର ଲଞ୍ଚିଂ ଡେଟ୍‌କୁ ବଦଳାଇ ଦିଆଯାଇଛି।

‘ଗାଲାକ୍ସି ଫୋଲ୍‌ଡ’ ସ୍ମାର୍ଟଫୋନର ସ୍ପେସିଫିକେସନ ଦେଖିବାକୁ ଗଲେ ଏଥିରେ ୭.୩ ଇଞ୍ଚର ଇନ୍‌ଫିନିଟି ଫ୍ଲେକ୍ସ ଡିସପ୍ଲେ ଦିଆଯାଇଛି। ସେହିପରି ଅନ୍ୟ ଡିସ୍‌ପ୍ଲେ ଟି ୪.୬ ଇଞ୍ଚ ବିଶିଷ୍ଟ। ଏହି ସ୍ମାର୍ଟଫୋନକୁ ଖୋଲିଲେ ଏହାର ସ୍କ୍ରିନ୍‌ ସାଇଜ୍‌ ୭.୩ ଇଞ୍ଚ ରହିବା ବେଳେ ବନ୍ଦ କଲେ ୪.୬ ଇଞ୍ଚ ରହିବ।

ଏହି ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ଦିଆଯାଇଛି। ‘ଗାଲାକ୍ସି ଫୋଲ୍‌ଡ’ରେ ୧୨ ଜିବିର ରାମ୍‌ ଥିବା ବେଳେ ଇଣ୍ଟର୍ଣ୍ଣାଲ ଷ୍ଟୋରେଜରେ ରହିଛି ୫୧୨ ଜିବି।

ସାମସଙ୍ଗ ଗାଲାକ୍ସି ଫୋଲ୍‌ଡ ସ୍ମାର୍ଟଫୋନରେ ମୋଟ ୬ଟି କ୍ୟାମେରା ରହିଛି। ତିନୋଟି ରିୟର କ୍ୟାମେରା ଏବଂ ଗୋଟିଏ ଫ୍ରଣ୍ଟ କ୍ୟାମେରା ଏବଂ ଦୁଇଟି କ୍ୟାମେରା ସ୍ମାର୍ଟଫୋନ ଭିତରେ ରହିଛି।

Comment