ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ବୁଧବାର ବାୟୁସେନାର ମିଗ୍‌ ୨୧ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ବିମାନ କ୍ରାଶ ହେବା ପୂର୍ବରୁ ସ୍କ୍ୱାଡ୍ରନ ଲିଡରଙ୍କ ସମେତ ଦୁଇ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଆସିବାରେ ସଫଳ ହୋଇଛନ୍ତି।

ମିଡିଆ ରିର୍ପୋଟ ଅନୁସାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏହି ବିମାନ ଟ୍ରେନର ବିମାନ ହୋଇଥିବାରୁ ପ୍ରତିଦିନ ଏହା ଟ୍ରେନିଂ ପାଇଁ ଉଡ଼ାଣ ଭରିଥାଏ। ଆଜି ମଧ୍ୟ ବିମାନଟି ଉଡ଼ାଣ ଭରିଥିଲା।

ବୁଧବାର ସକାଳେ ଗ୍ୱାଲିୟର ଏୟାବେସ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଏୟାରଫୋର୍ସ ଅଧିକାରୀ ପହଞ୍ଚିଥିଲେ।  କେଉଁ କାରଣରୁ ବିମାନଟି କ୍ରାଶ ହେଲା ସେନେଇ ତଦନ୍ତ କରିବା ପାଇଁ ଆଇଏଏଫ୍‌ ଆଦେଶ ଦେଇଛି।

Comment