ଓଡ଼ିଶାଲାଇଭ ବ୍ୟୁରୋ

ସେପ୍ଟେମ୍ଵର ମାସ ଆରମ୍ଭରୁ ହିଁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ତୈଳ କମ୍ପାନିଗୁଡ଼ିକ ଆଜି ଏଲପିଜି ଗ୍ୟାସ ସିଲିଣ୍ଡରର ଦର ୧୫ ଟଙ୍କା ୫୦ ପଇସାକୁ ବଢ଼ାଇ ଦେଇଛନ୍ତି। ଫଳରେ ବିଭିନ୍ନ ସ୍ଥାନରେ ଗ୍ୟାସ ସିଲିଣ୍ଡରର ଦାମ୍‌ ବୃଦ୍ଧି ପାଇଛି।

ଦେଶର ସବୁଠାରୁ ବଡ଼ ତୈଳ କମ୍ପାନି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଓ୍ଵେବସାଇଟ ଅନୁସାରେ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ଦାମ୍‌ ୫୯୦ ଟଙ୍କା। ସେହିପରି କୋଲକତାରେ ୬୧୬ ଟଙ୍କା ୫୦ ପଇସା। ମୁ୍ମାଇରେ ୫୬୨ ଟଙ୍କା ଓ ଚେନ୍ନାଇରେ ୬୦୬ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି।

ଏହା ବ୍ୟତୀତ କମର୍ସିଆଲ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ୍‌ ଦିଲ୍ଲୀରେ ୧ ହଜାର ୫୪ ଟଙ୍କା ୫୦ ପଇସା। କୋଲକତାରେ ୧ହଜାର ୧୧୪ ଟଙ୍କା ୫୦ ପଇସା। ମୁମ୍ଵାଇରେ ୧ହଜାର ୮ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧ ହଜାର ୧୭୪ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି।

୨୦୧୬ ଜୁଲାଇ ପରଠାରୁ ଏହି ଇନ୍ଧନ ଦର ବଢ଼ି ଚାଲିଛି। ଏହିଭଳି ଦର ବୃଦ୍ଧି ଜାରି ରହିଲେ କିରାସିନି ଉପରେ ଦିଆଯାଇଥିବା ରିହାତି ସଂପୂର୍ଣ୍ଣ ବନ୍ଦ ହୋଇଯିବ। ହେଲେ ଆଜି ତେଲ କମ୍ପାନି ଗୁଡ଼ିକ ବିମାନରେ ପଡୁଥିବା ଇନ୍ଧନର ମୂଲ୍ୟ ୧ ପ୍ରତିଶତ ହ୍ରାସ କରିଛନ୍ତି।

Comment