ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୧୦୦ ଟଙ୍କାର ପେଟ୍ରୋଲ କିଣି ୫ଲିଟର ପେଟ୍ରୋଲ ମାଗଣାରେ ପାଇପାରିବେ।

ସାରା ଦେଶରେ ଲଗାତାର ପେଟ୍ରୋଲ ଦର ଶସ୍ତା ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଇଣ୍ଡିଆନ ଅଏଲ୍‌ କର୍ପୋରେସନ ମିଳିତ ଭାବେ ଆଣିଛନ୍ତି ଏକ ନୂଆ ଅଫର୍‌। ବର୍ତ୍ତମାନ ଆପଣ ମାତ୍ର ୧୦୦ ଟଙ୍କାର ପେଟ୍ରୋଲ କିଣି ୫ଲିଟର ପେଟ୍ରୋଲ ମାଗଣାରେ ପାଇପାରିବେ। ଟୁଇଟ୍ ଜରିଆରେ ଏସ୍‌ବିଆଇ ଏହି ସୂଚନା ଦେଇଛି।

ଏହି ଅଫର୍‌ର ଲାଭ ଉଠାଇବା ପାଇଁ ଆପଣଙ୍କୁ ପେଟ୍ରୋଲ ଭରିବା ସମୟରେ ‘ଭିମ୍‌ ଏସ୍‌ବିଆଇ ପେ’ ଆପ୍ ଜରିଆରେ ପେମେଣ୍ଟ୍ କରିବାକୁ ପଡ଼ିବ। ଏହାର ରସିଦରେ ୧୨ ଅଙ୍କ ବିଶିଷ୍ଟ ନମ୍ବର ପାଇବେ। ନିଜ ମୋବାଇଲର ମେସଜ ବକ୍ସ୍‌କୁ ଯାଇ ଏହି ୧୨ଅଙ୍କ ବିଶିଷ୍ଟ ରସିଦ ନମ୍ବରକୁ ଟାଇପ କରନ୍ତୁ, ସ୍ପେସ ଦେଇ ତାରିଖ ଓ ମାସ ଲେଖନ୍ତୁ ଏବଂ ୯୨୨୨୨୨୨୦୮୪ ନମ୍ବରକୁ ପଠାଇଦିଅନ୍ତୁ।

ଲକି ଡ୍ର ମାଧ୍ୟମରେ ୫ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଆପଣଙ୍କୁ ଫ୍ରିରେ ମିଳି ପାରିବ। ଏଥିପାଇଁ ଆପଣଙ୍କୁ ଅତି କମ୍‌ରେ ୧୦୦ଟଙ୍କାର ପେଟ୍ରୋଲ କିଣି ‘ଭିମ୍‌ ଏସ୍‌ବିଆଇ ପେ’ ଆପ୍ ଜରିଆରେ ପେମେଣ୍ଟ୍ କରିବାକୁ ପଡ଼ିବ। କ୍ୟାସ୍‌ଲେସ ଟ୍ରାଞ୍ଜାକ୍‌ସନକୁ ପ୍ରୋତ୍ସାହନ ଦେବା ପାଇଁ ଏସ୍‌ବିଆଇ ଏହି ଅଫର ଜାରି କରିଛି।

ପୂର୍ବରୁ ଏହି ଅଫର୍‌ ଅକ୍ଟୋବର ୧୫ରୁ ନଭେମ୍ବର ୨୩ ଯାଏଁ ରହିଥିଲା। ବର୍ତ୍ତମାନ ଡିସେମ୍ବର ୧୫ ପର୍ଯ୍ୟନ୍ତ ଏସ୍‌ବିଆଇର ଏହି ଅଫରର ଲାଭ ଉଠାଇ ପାରିବେ ସାଧାରଣ ଜନତା।

Comment