ଓଡ଼ିଶାଲାଇଭ୍ ବ୍ୟୁରୋ

୪ ଦିନର ବିରତି ପରେ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଏମାର ମଠକୁ ଲାଗିକି ଥିବା ଅବଶିଷ୍ଟ ଦୋକାନକୁ ଭଙ୍ଗାଯାଉଛି। କଡ଼ା ସୁରକ୍ଷା ବେଳେ ଚାଲିଛି ଉଚ୍ଛେଦ।

ରବିବାର ଛୁଟି ଦିନ ଓ ସୋମବାର ଗଣେଶ ପୂଜା ଥିବା ଯୋଗୁଁ ଉଚ୍ଛେଦ ବନ୍ଦ ରହିଥିଲା। ମଙ୍ଗଳବାର ସାଧୁସନ୍ଥମାନେ ବିରୋଧ କରିଥିଲେ। ଫଡ଼ଳରେ ଉଚ୍ଛେଦ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା।

ଗତ ସପ୍ତାହେ ହେଲା ପୁରୀରେ ଚାଲିଛି ୭୫ ମିଟର ଉଚ୍ଛେଦ। ପ୍ରଥମେ ମେଘନାଦ ପାଚେରୀ କଡ଼ ଏବଂ ପରେ ଲଙ୍ଗୁଳି ଓ ମଙ୍ଗୁ ମଠ ଉଚ୍ଛେଦ କରିବା ପରେ ପ୍ରଶାସନ ଏମାର ମଠରେ ହାତ ମାରିଥିଲା। ଏମାର ମଠ ତତ୍‌ସଂଲଗ୍ନ ରଘୁନାଥ ପାଠାଗାରକୁ ଧୂଳିସାତ କରିଥିଲା। ଏସବୁ ଉଚ୍ଛେଦ ପ୍ରକ୍ରିୟା ସୁରୁଖରୁରେ ଚାଲିଥିଲା। କିନ୍ତୁ ଯେତେବେଳେ ପ୍ରଶାସନ ଏମାର ମଠର ମୂଳ ଗାଦି ଉଚ୍ଛେଦ ପାଇଁ ପଦକ୍ଷେପ ନେଲା ସେତେବେଳେ ସବୁ ବିଗଡ଼ି ଯାଇଥିଲା।

ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ଛାଡ଼ିଲେନି। କବାଟ କିଳି ଘରେ ବସି ରହିଲେ। ତାଙ୍କୁ ପ୍ରଶାସନ ବୁଝାଇଲା ପରେ ବି କିଛି ଫଳ ମିଳିଲାନି। ପ୍ରଶାସନିକ ଅଧିକାରୀ ବୁଲ୍‌ଡୋଜର ଧରି ବାହାରେ ଛିଡ଼ା ହୋଇଥିବା ବେଳେ ମହନ୍ତ କବାଟ କିଳି ଠାକୁର ଘରେ ବସି ରହିଥିଲେ।

ଶେଷରେ ପ୍ରଶାସନ ପଛକୁ ଫେରିଥିଲା।

ଏମାର ମଠ ଛାଡ଼ି ବଡ଼ ଆଖଡ଼ା ମଠକୁ ନୋଟିସ୍‌ ଦେଲା। ହେଲେ ଏଠି ବି ବିରୋଧର ଶିକାର ହେବାକୁ ପଡ଼ିଲା। ଏମାର ମଠ ମହନ୍ତ ନୀରବ ପ୍ରତିବାଦ କରିଥିବା ବେଳେ ବଡ଼ ଆଖଡ଼ା ମଠ ମହନ୍ତ ଏବଂ ସହଯୋଗୀମାନେ ଖୋଲାଖୋଲି ବିରୋଧ କଲେ। ପ୍ରଶାସନର ବୁଲ୍‌ଡୋଜରକୁ ମଠ କୋର୍‌ପଏଣ୍ଟରେ ପୂରାଇ ଦେଲେନି। ପାଚେରୀ ଉପରେ ବସି ରହିଲେ। ସଂକୀର୍ତ୍ତନ କରି ପ୍ରତିବାଦ କଲେ।

ଉଚ୍ଛେଦ ବନ୍ଦ କରିବାକୁ ଦାବି କରିଥିଲେ ସାଧୁସନ୍ଥ। ମଠ ମହନ୍ତଙ୍କ ସହ ଶେଷରେ ଆଲୋଚନା କଲା। ଆଲୋଚନା ପରେ ଉଚ୍ଛେଦକୁ ସାମୟିକ ଭାବେ ବନ୍ଦ କରିବାକୁ ଘୋଷଣା କରିଥିଲେ ଜିଲ୍ଲାପାଳ। ୪ ଦିନର ବିରତି ପରେ ପୁଣି ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

Comment