ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ଜିଓ ଗିଗାଫାଇବର। ରିଲାଏନ୍ସ ଜିଓ ମୋବାଇଲ୍ ସେବାକୁ ୩ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ଆରମ୍ଭ ହେବାକୁ ଯାଉଛି ରିଲାଏନ୍ସ ଜିଓ ଫାଇବର୍ ସେବା। ଅଗଷ୍ଟ ୧୨ରେ ଆୟୋଜିତ ହୋଇଥିବା ରିଲାଏନ୍ସର ବାର୍ଷିକ ଅଧିବେଶନରେ ମୁକେଶ ଅମ୍ବାନି ଏନେଇ ଘୋଷଣା କରିଥିଲେ।

ଜିଓ ଗିଗାଫାଇବର ଏକ ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍‌। ଏହି ଗିଗାଫାଇବରରେ ଗ୍ରାହକ ଇଣ୍ଟରନେଟ୍ ସର୍ଭିସ୍‌ ସହିତ କଲିଙ୍ଗ୍, ଟିଭି ଏବଂ ଡିଟିଏଚର ସୁବିଧା ପାଇପାରିବେ। ଆଜିଠାରୁ ଯେଉଁ ଫାଇବର୍ ସଂଯୋଗ ଦିଆଯିବ ତାହାର ସ୍ପିଡ୍ ୧୦୦ ଏମବିପିଏସ୍‌ରୁ ୧୦୦୦ ଏମବିପିଏସ୍ ବା ଏକ ଜିବିପିଏସ୍ ରହିବ।

ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ମାସିକ ୭୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ଏହି ସେବା ପାଇପାରିବେ।

ଏହି ଜିଓ ଫାଇବର୍ ମାଧ୍ୟମରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କମ୍ୟୁନିକେସନ୍ ଏବଂ ଇଣ୍ଟରନେଟ୍ ସେବା ପାଇପାରିବେ। ତା’ ମଧ୍ୟରେ ରହିଛି ଲ୍ୟାଣ୍ଡଲାଇନ୍ ଫୋନ୍, ମଲ୍ଟି ପ୍ଲାଟଫର୍ମ ଭିଡ଼ିଓ କନଫରେନ୍ସି ଓ ଡିଜିଟାଲ୍ ସେଟଅପ୍ ବକ୍ସ ଇତ୍ୟାଦି। ଅର୍ଥାତ୍ ଟେଲିଫୋନ୍, ଇଣ୍ଟରନେଟ୍ ଟେଲିଭିଜନ୍ ଭଳି ପ୍ରମୁଖ ସେବା କ୍ଷେତ୍ରରେ ଜିଓ ଫାଇବର୍ ଏକ ନୂଆ ଆନ୍ଦୋଳନ ସୃଷ୍ଟି କରିବାକୁ ଯାଉଛି।

Comment