ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାବାଡ଼ ହେଲେ ମଦୁଆ ଡ୍ରାଇଭର। ନୂଆ ଟ୍ରାଫିକ ଆଇନ ଅନୁଯାୟୀ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ଟୋଲଗେଟ୍‌ରେ ମଦ୍ୟପ ଡ୍ରାଇଭରଙ୍କ ଯାଞ୍ଚ କଡ଼ାକଡ଼ି କରାଯାଇଛି। ନିୟମ ଲାଗୁ ହେବାର ପ୍ରଥମ ଦିନରେ ଓଡ଼ିଶାର ବିଭିନ୍ନ ଟୋଲଗେଟ୍‌ରୁ ୩୮ ଜଣ ମଦୁଆ ଡାଇଭରଙ୍କୁ ପୋଲିସ ଗିରଫ କରିଛି।

ମଦ ପିଇ ଡ୍ରାଇଭରମାନେ ଗାଡ଼ି ଚଳାଉଥିବା ଅଭିଯୋଗରେ ପୋଲିସ ୩୮ ଜଣଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୧ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ସମ୍ୱଲପୁରରୁ ୩ ଜଣ, କେନ୍ଦୁଝରରୁ ୫, ବରଗଡରୁ ୩, କଟକରୁ ୪, ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୩, ଯାଜପୁରରୁ ୧ ଏବଂ ବାଲେଶ୍ୱରରୁ ୩ ଜଣଙ୍କୁ ଗିରଫ କରାଯାଇଛି।

ମୋଟର ଯାନ ଆଇନ୍‌ ୧୯୮୮ର ଦଫା ୧୮୫, ୨୦୨ ଓ ୨୦୩ରେ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ଫାଇନ୍ ଆଦାୟ ସହିତ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ନିୟମ ରହିଛି। ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସଡ଼କ ସୁରକ୍ଷା କମିଟି ଏହି ନିୟମକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comment