ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରାଫିକ ନିୟମ ଉଲଙ୍ଘନ କରି ଜଣେ ଟ୍ରକ ମାଲିକ ବଡ଼ ଅଙ୍କା ତଣ୍ଡ ଗଣିଛନ୍ତି। ଶୁକ୍ରବାର ସମ୍ବଲପୁରରେ ଏକ ମାଲ ବୋଝେଇ ଟ୍ରକକୁ ଟ୍ରାଫିକ ନିୟମ ଭାଙ୍ଗିବା ନେଇ ୮୬ ହଜାର ୫୦୦ଟଙ୍କା ଜରିମାନା କରାଯାଇଛି। ଏହି ଟ୍ରକଟି ନାଗାଲାଣ୍ଡରୁ ଓଡ଼ିଶା ଆସିଥିଲା। ତେବେ ଏହାକୁ ବର୍ତ୍ତମାନ ଯାଏଁ କଟାଯାଇଥିବା ରାଜ୍ୟର ସବୁଠୁ ଅଧିକା ଜରିମାନା ବୋଲି କୁହାଯାଉଛି।

ନାଗାଲାଣ୍ଡରୁ ଆସିଥିବା ଏହି ଟ୍ରକ୍‌କୁ ଅନଧିକୃତ ଗାଡ଼ିଚାଳନା ପାଇଁ ୫ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିବା ନେଇ ୫ ହଜାର ଟଙ୍କା, ଓଭରଲୋଡିଂ ପାଇଁ ୫୬ ହଜାର ଟଙ୍କା, ଗାଡ଼ିର ଆକାରରୁ ଅଧିକ ସ୍ଥାନରେ ମାଲ୍ ବୋଝେଇ କରିବା ପାଇଁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ମୋଟ ଉପରେ ଏହି ଗାଡ଼ିକୁ ୮୬ ହଜାର ୫୦୦ଟଙ୍କା ଚାଲାଣ କଟିଛି।

ଟକ୍ରର ମାଲିକ ୭୦ ହଜାର ଟଙ୍କା ଦେବାପରେ ଗାଡ଼ିଟିକୁ ପୋଲିସ ଛାଡିଥିବା ସୂଚନା ମିଳିଛି।

Comment