ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମୀ’ ଭାରତରେ ୧୦ କୋଟି ସ୍ମାର୍ଟଫୋନ ବିକ୍ରି କରିସାରିଛି। ଏନେଇ ସାଓମୀ ଇଣ୍ଡିଆ ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନ ସୂଚନା ଦେଇଛନ୍ତି।

ମନୁ କୁମାର କହିଛନ୍ତି,”ସାଓମୀ ଇଣ୍ଡିଆ ପାଇଁ ଏହା ବହୁତ ଖୁସି ଖବର। ସଓମୀ ବର୍ତ୍ତମାନ ଭାରତରେ ୧୦୦ ମିଲିୟନ ସ୍ମାର୍ଟଫୋନ ବିକ୍ରି କରିସାରିଛି। ଆମ ପୂର୍ବରୁ ମଧ୍ୟ ଅନେକ କମ୍ପାନି ଭାରତକୁ ଆସିଛନ୍ତି। ହେଲେ ତଥାପି ସେମାନେ ଆମ ପଛରେ ରହିଛନ୍ତି।”

ଏହି ଅବସରରେ ମନୁ କୁମାର ୧୦ କୋଟି ସ୍ମାର୍ଟଫୋନ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନି ପକ୍ଷରୁ କଠିନ ପରିଶ୍ରମ କରାଯିବ।

ଗତ କିଛି ବର୍ଷ ଧରି ସାଓମୀ କମ୍ପାନିର ସ୍ମାର୍ଟଫୋନ ଭାରତରେ ଲୋକପ୍ରିୟ ରହିଛି। ଚଳିତ ବର୍ଷ ସାଓମୀ କମ୍ପାନିର ‘ରେଡ୍‌ମି ୬ ଏ’ ଏବଂ ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ ସ୍ମାର୍ଟପୋନ୍‌ ବେଷ୍ଟ ସେଲର ରହିଥିଲା।

Comment