ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବାରର ଜଣଙ୍କ ନାଁ ଥିବା ଗାଡ଼ିକୁ ଅନ୍ୟ ସଦସ୍ୟ ଚଳାଇପାରିବେ। ଏଥିପାଇଁ କୌଣସି ଫାଇନ୍‌ ପଡ଼ିବ ନାହିଁ। କିନ୍ତୁ ନିଜର ଡାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ଜରୁରୀ କାଗଜପତ୍ର ଥିବା ଦରକାର।

ଶନିବାର ଭଦ୍ରକରେ ଏନେଇ ଏକ ଘଟଣା ଘଟିଥିଲା। ବାପାଙ୍କ ଗାଡ଼ି ଚଳାଇ ଝିଅ ଗଣିଥିଲା ୧୩ ହଜାର ଟଙ୍କା। ଏହାକୁ ନେଇ ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହେବା ପରେ ଭଦ୍ରକ ଆରଟିଓ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି।

ଭଦ୍ରକ ଆରଟିଓ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ, ପରିବାରର ଜଣଙ୍କ ନାଁ ଥିବା ଗାଡ଼ିକୁ ଅନ୍ୟ ସଦସ୍ୟ ଚଳାଇପାରିବେ। ହେଲେ ନିଜର ଡାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ଜରୁରୀ କାଗଜପତ୍ର ଥିବା ନିତ୍ୟାନ୍ତ ଆବଶ୍ୟକ।”

ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଶନିବାର ଭଦ୍ରକର ଜଣେ ମହିଳା ୧୩ ହଜାର ଟଙ୍କାର ଫାଇନ ଗଣିଥିଲେ। ବାପାଙ୍କ ନାଁରେ ସ୍କୁଟି ଚଲାଉଥିବାରୁ ୫ ହଜାର ଫାଇନ, ଲାଇସେନ୍ସ ନଥିବାରୁ ୫ ହଜାର, ଇନ୍ସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାରୁ ୧ହଜାର ଟଙ୍କା ଫାଇନ ପଡ଼ିଥିଲା।

Comment