ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାଫିକ୍‌ ନିୟମକୁ ନେଇ ସଚେତନ କଲା ପୋଲିସ୍, ଚାଲାଣ ନେଲେ ହେଲମେଟ୍ ବାଣ୍ଟିଲେ|

ରାଜଧାନୀରେ ଆରମ୍ଭ ହୋଇଛି ନିଆରା ଟ୍ରାଫିକ୍ ସଚେତନତା। ନିଆରା ଢଙ୍ଗରେ ଲୋକଙ୍କୁ ଟ୍ରାଫିକ୍ ସଚେତନ କରି ହେଲମେଟ୍ ବାଣ୍ଟୁଛି ପୋଲିସ୍।

ରାଜଧାନୀରେ ଟ୍ରାଫିକ୍ ନିୟମ ଉଲଘଂନ କରୁଥିଲେ ସେମାନଙ୍କଠାରୁ ଚାଲାଣ କାଟି ତା ବଦଳରେ ଗୋଟିଏ ଲେଖାଏଁ ହେଲମେଟ୍ ବାଣ୍ଟୁଛି ପୋଲିସ। ବର୍ତ୍ତମାନ ୫ଟି କଥାକୁ ଲକ୍ଷ୍ୟ ରଖି ଫାଇନ୍ ଆଦାୟ ହେଉଛି। ଯଦି ଚାଳକ ଜଣକ ହେଲମେଟ୍ ପିନ୍ଧି ନ ଥିବେ, ମଦପିଇ ଗାଡ଼ି ଚଳାଉଥିବେ, ବାଇକରେ ତିନିଜଣ ବସି ଯାତ୍ରା କରୁଥିବେ, ସିଟ୍ ବେଲ୍ଟ ବାନ୍ଧି ନ ଥିବେ, ଏହାସହ ଫୋନରେ କଥା ହୋଇ ଗାଡ଼ି ଚଲାଉଥିଲେ ଚାଳକଙ୍କୁ ଗଣିବାକୁ ପଡୁଛି ଫାଇନ୍।

ତେବେ ଲୋକଙ୍କଠାରୁ ଫାଇନ୍ ଆଦାୟ ପରେ ସେମାନଙ୍କୁ ମାଗଣାରେ ହେଲମେଟ୍ ପ୍ରଦାନ କରୁଛି ପୋଲିସ।

ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି, “ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ଗୋଟିଏ ପ୍ରୟାସ। ଏହା ଫଳରେ କିଭଳି ଲୋକମାନେ ଟ୍ରାଫିକ୍ ନିୟମ ଠିକ୍ ଭାବରେ ପାଳନ କରିବେ ତାହା ହିଁ ଆମର ଇଚ୍ଛା। ଟ୍ରାଫିକ୍ ନିୟମ ଉଂଲଘନ କରୁଥିବା ଲୋକଙ୍କଠାରୁ ଫାଇନ୍ ଆଦାୟ କରି ରାଜସ୍ୱ ବୃଦ୍ଧି କରିବା ଆମର ଲକ୍ଷ୍ୟ ନୁହେଁ।”

Comment