ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ଲାଟ ଫୁଟ୍ ଓ ଡାଇବେଟିକ୍ ଫୁଟ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନଙ୍କ ପାଇଁ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ରୋଗ ନିରୂପଣ ଓ ଚିକିତ୍ସା ସହିତ ସଚେତନତା ଶିବିର ଆରମ୍ଭ ହୋଇଛି ।

ଚାରିଦିନ ଧରି ଚାଲିବାକୁ ଥିବା ଏହି ଶିବିରର ପ୍ରଥମ ଦୁଇ ଦିନ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ଫ୍ଲାଟ୍‌ ଫୁଟ୍‌ ବା ସମାନ୍ତରାଳ ପାଦ ସମସ୍ୟାର ନିରୂପଣ ଓ ଚିକିତ୍ସା କରାଯାଉଛି। ୧୩-୧୪ ଅର୍ଥାତ୍‌ ଶୁକ୍ରବାର ଓ ଶନିବାର ଡାଇବେଟିକ୍ ଫୁଟ ରୋଗରେ ଆକ୍ରାନ୍ତ ଥିବା ରୋଗୀମାନଙ୍କର ସମସ୍ୟା, ରୋଗ ନିରୂପଣ, ଚିକିତ୍ସା ଓ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ରହିଛି। ଏହି ସଚେତନତା ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିନା ଅସ୍ତ୍ରୋପଚାରରେ କିପରି ରୋଗୀମାନେ ଅତ୍ୟାଧୁନିକ ଚିକିତ୍ସା ପ୍ରକ୍ରିୟାରେ ଯନ୍ତ୍ରଣା ମୁକ୍ତ ଜୀବନ କଟାଇପାରିବେ।

ଏହି ଫ୍ଲାଟ୍ ପୁଟ୍ ସମସ୍ୟା ବଂଶାନୁକ୍ରମିକ ଭାବେ ଶିଶୁର ଜନ୍ମରୁ ହିଁ ରହିଥାଏ। ଦୁଇ ବର୍ଷରୁ ବାର ବର୍ଷ ପିଲାଙ୍କଠାରେ ଏହି ସମସ୍ୟା ପରିଲକ୍ଷିତ ହୋଇଥାଏ। ଏହି ସମସ୍ୟା ମଧ୍ୟ ୧୩ ବର୍ଷରୁ ଅଧିକ ପିଲାଙ୍କଠାରେ ମଧ୍ୟ ଦେଖାଯାଇଥାଏ।

ତେବେ ବର୍ତମାନ ମଧୁମେହ ରୋଗରେ ଆକ୍ରାନ୍ତଙ୍କ ପାଇଁ ଡାଇବେଟିକ ଫୁଟ୍ ଏକ ପ୍ରଧାନ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହି ସମସ୍ୟାକୁ ସମାଧାନ କରିବା ପାଇଁ ସମରେ ଅନୁଷ୍ଠିତ ହୋଇଥିବା ଏହି ଶିବିରକୁ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍‌ର ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗର ଡାକ୍ତର ସୁମନ୍ କୁମାର ପଣ୍ଡା ପରିଚାଳନା କରିଥିଲେ।

Comment