ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସର୍ଭିସ୍‌ ଚାର୍ଜ ବଦଳିଲା। ଟଙ୍କା ଜମା, ଟଙ୍କା ଉଠାଣ ଓ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ଉପରେ ଆଦାୟ କରାଯାଉଥିବା ସର୍ଭିସ୍‌ ଚାର୍ଜରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ରୁ ସର୍ଭିସ୍‌ ଚାଜର୍ ଲାଗୁ ହେବ।

ଏସ୍‌ବିଆଇ ପକ୍ଷରୁ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ମାସିକ ବାଲାନ୍ସକୁ ୫୦୦୦ ଟଙ୍କାକୁ କମାଇ ୩୦୦୦ ଟଙ୍କା କରାଯାଇଛି। ଯେଉଁମାନଙ୍କ ଆକାଉଣ୍ଟରେ ଏହି ଟଙ୍କା ୫୦ ପ୍ରତିଶତ କମିଯିବ, ତେବେ ସେହି ଗ୍ରାହକଙ୍କଠାରୁ ୧୦ଟଙ୍କାର ଚାର୍ଜ ସହିତ ଜିଏସ୍‌ଟି ଆଦାୟ କରାଯିବ। ସେହି ରାଶି ୭୫ ପ୍ରତିଶତ କମିଗଲେ ୧୫ ଟଙ୍କା ଚାର୍ଜ ସହ ଜିଏସ୍‌ଟି ଆଦାୟ କରାଯିବ।

ଅଧା ସହରାଞ୍ଚଳ ଗ୍ରାହକଙ୍କ ପାଇଁ ମାସିକ ବଲାନ୍ସ ୨୦୦୦ ଟଙ୍କା ରହିଛି। ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ୧୦୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ଗ୍ରାହକଙ୍କ ଆକାଉଣ୍ଟରେ ୫୦% କମିଗଲେ ସାଢ଼େ ୭ଟଙ୍କା ସହ ଜିଏସ୍‌ଟି ଆଦାୟ କରାଯିବ। ସେହି ଟଙ୍କା ୫୦ରୁ ୭୫% ପର୍ଯ୍ୟନ୍ତ କମିଲେ ୧୦ ଟଙ୍କା ସହ ଜିଏସ୍‌ଟି ଓ ୭୫%ରୁ ଅଧିକ କମିଗଲେ ୧୨ ଟଙ୍କା ସହ ଜିଏସ୍‌ଟି ଆଦାୟ କରାଯିବ।

ଗ୍ରାମାଞ୍ଚଳ ଗ୍ରାହକଙ୍କ ସର୍ବନିମ୍ନ ବାଲାନ୍ସ ଧାର୍ଯ୍ୟ ସୀମାର ୫୦%ରୁ ତଳକୁ ଖସିଗଲେ ୫ ଟଙ୍କାର ଶୁଳ୍କ ସହ ଜିଏସ୍‌ଟି ଆଦାୟ କରାଯିବ ଏବଂ ୫୦-୭୫% ପର୍ଯ୍ୟନ୍ତ କମିଗଲେ ସାଢ଼େ ୭ ଟଙ୍କା ସହ ଜିଏସ୍‌ଟି ଏବଂ ୭୫%ରୁ କମିଗଲେ ୧୦ ଟଙ୍କା ସହ ଜିଏସ୍‌ଟି ଆଦାୟ କରାଯିବ।

Comment