ଓଡ଼ିଶାଲାଇଭ ବ୍ୟୁରୋ

ଅଖାରୁ ମିଳିଲା ନର୍ସଙ୍କ ମୃତ୍ୟୁଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ। ମୃତ ନର୍ସ ଜଣକ ନାମ ହେଉଛି ନିହାରିକା ପାତ୍ର। ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ଫିଙ୍ଗି ଥିବା ସନ୍ଦେହ କରାଯାଉଛି।

ନିହାରିକାଙ୍କ ଘର ହେଉଛି ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାପାଟଣାରେ। ସେ କଟକରେ ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ତେବେ ସେ ଗତ ୯ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି ପରେ ନିରାଶ ହୋଇଥିଲେ। ପରେ ମଧୁ ପାଟଣା ଥାନାରେ ଏକ ଏତଲା ଦେଇଥିଲେ।

ତେବେ ଆଜି ଜଗସିଂହପୁର ବିରିଡ଼ି ଅନ୍ତର୍ଗତ କୁଆଖାଇ ନଦୀ ପଠାରୁ ନିହାରିକାଙ୍କ ହାତ ଗୋଡ଼ ବନ୍ଧା ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ପରେ ମଧୁପାଟଣା ଥାନାକୁ ଖବର ଦେଇଥିଲା। ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ନିହାରିକାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି।

ତେବେ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି।

Comment