ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଭିଏସ୍ଏସ୍ ନଗରରେ କୃତ୍ରିମ ସୂର୍ଯ୍ୟମନ୍ଦିର ମୁଖଶାଳା ଭଳି ନିର୍ମାଣ ହେବ ଦୁର୍ଗାପୂଜା ତୋରଣ। ବୀର ସୁରେନ୍ଦ୍ର ସାଏ ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ଦ୍ୱାରା ଦୁର୍ଗାପୂଜା ପାଇଁ କୋଣାର୍କ ମନ୍ଦିରର ତୋରଣ ବାନ୍ଧାଯିବ। ଲୋକକଳା ତଥା ଉତ୍କଳୀୟ ପରମ୍ପରାକୁ ପ୍ରାଧାନ୍ୟ ଦେଇ ସମିତି ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ଚେଷ୍ଟା କରାଯାଉଛି।

ଭୁବନେଶ୍ଵରର କାରିଗରମାନେ ନିର୍ମାଣ କରୁଛନ୍ତି କୋଣାର୍କ ମନ୍ଦିରର ତୋରଣଟିକୁ। ତୋରଣର ଉଚ୍ଚତା ୩୫ ଫୁଟ ଏବଂ ଚଉଡ଼ା ୩୦ ଫୁଟ ହେବ।

କୋଣାର୍କ ମନ୍ଦିର ଢାଞ୍ଚାରେ ବଡ଼ ବଡ଼ ଆଲୋକ ଗେଟ୍ ତିଆରି କରାଯିବ। ଏହାଛଡ଼ା ରାସ୍ତା ତମାମ ଲାଇଟ୍ ଷ୍ଟାଣ୍ଡ୍ ବ୍ୟବସ୍ଥା ରହିବ।

ସୁଦୂର କଲିକତାରୁ କାରିଗର ଆସି ମହାମାୟା ଦେବୀ ଦୁର୍ଗାଙ୍କ ମୃୟ୍ମୟୀ ମୂର୍ତ୍ତି ତିଆରି କରୁଛନ୍ତି। ମୂର୍ତ୍ତିର ଉଚ୍ଚତା ୧୫ ଫୁଟ୍ ରହିବ। ରୁପା ମୁକୁଟ ପିନ୍ଧି ମା’ ରୁପା ଆସନରେ ବିରାଜମାନ କରିବେ। ଲକ୍ଷ୍ମୀ, କାର୍ତ୍ତିକ, ସରସ୍ୱତୀ ଓ ଗଣେଶ ଯଥାକ୍ରମେ ମା’ଙ୍କ ପାର୍ଶ୍ୱ ଦେବାଦେବୀ ରହିବେ। ବାରଙ୍ଗ ଫୁଲ ପୋଖରୀର କାରିଗରଙ୍କ ଦ୍ୱାରା ୧୮ ଫୁଟ ଉଚ୍ଚର ଏକ ଜରିମେଢ଼ ବି ଶୋଭା ପାଇବ ପୂଜାମଣ୍ଡପରେ।

ପଷ୍ଠୀରେ ବେଲବରଣ ଓ କଳସ ଯାତ୍ରା, ଅଷ୍ଟମୀ ତିଥିରେ ଖେଚୁଡ଼ି ଡାଲମା ଭୋଗ, ଦଶମୀ ତିଥିରେ ଦହି ପଖାଳ, ଶାଗଭଜା ଭୋଗ ମା’ଙ୍କ ପାଖରେ ଲାଗିବ। କଲୋନୀର ୨ ହଜାର ୫ ଶହ ଘରେ ବୁନ୍ଦି ଭୋଗ ବଣ୍ଟାଯିବ।

ନବମୀ ଓ ଦଶମୀ ସନ୍ଧ୍ୟାରେ ଭଜନ ପରିବେଷଣ ହେବ।

ପୁରୁଷ ଓ ମହିଳାଙ୍କ ପାଇଁ ପ୍ରମୁଖ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ ୩୫ ଜଣ ସ୍ଵେଚ୍ଛାସେବୀଙ୍କୁ ମୁତୟନ କରାଯିବ।

ଭସାଣି ଉତ୍ସବକୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ଢୋଲ, ଘଣ୍ଟ, ଶିଂଘ ବାଜା ବଜାଇ ପାଳନ କରାଯିବ।

Comment