ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌ର ଚତୁର୍ଥ ସଂସ୍କରଣ। ଓଡ଼ିଶାର ପର୍ଯ୍ୟଟନ ବିକାଶକୁ ଆଗେଇ ନେବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି କନକ୍ଲେଭ୍‌ର ଆୟୋଜିତ ହୋଇଛି।

ଭୁବନେଶ୍ୱର ହୋଟେଲ ସ୍ୱସ୍ତିରେ ଆୟୋଜିତ ହୋଇଥିବା ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ’ର ଚତୁର୍ଥ ସଂସ୍କରଣର ଉଦ୍‌ଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଚଳିତ ବର୍ଷ ‘ଓଡ଼ିଶା ଟୁରିଜମ କନକ୍ଲେଭ’ର ବିଷୟବସ୍ତୁ ରହିଛି ‘ପର୍ଯ୍ୟଟନ ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରେରକ ଶକ୍ତି।’

ଏହି କନକ୍ଲେଭ୍‌ରେ ବିଭିନ୍ନ କ୍ଷେତ୍ର ଯଥା ପର୍ଯ୍ୟଟନ ଶିଳ୍ପ, ହୋଟେଲ ମାଲିକ, ଟୁର୍ ଅପରେଟର୍, ମଡିଆ, ଡିଜିଟାଲ ମାର୍କେଟିଂ, ବ୍ଲଗର୍ସ, ଏୟାରଲାଇନ୍ସ, ଫିଲ୍ମ ନିର୍ମାତା, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି, ଗଣମାଧ୍ୟମ, ବିଭିନ୍ନ ଶିଳ୍ପସଂସ୍ଥାର ଅଧିକାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଦିଗରେ ଆଲୋଚନା କରିବେ।

ଏହି କନ୍‌କ୍ଲେଭ୍‌ର ୭ଟି ଅଧିବେଶନ ରହିଛି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଏହି ଅଧିବେଶନରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ମାନସମନ୍ଥନ ହେବ।

‘ଓଡ଼ିଶା ଟୁରିଜମ କନକ୍ଲେଭ’ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ, ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ସାମ୍ଭାବ୍ୟ ଦିଗକୁ ଦୃଷ୍ଟିରେ ରଖି ଷ୍ଟେକ୍‌ହୋଲ୍ଡରଙ୍କ ମତ ଭିତ୍ତିକ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିବାରେ ସୁଯୋଗ ସୃଷ୍ଟି କରିବ।

ତିନି ବର୍ଷ ଧରି ଏଚ୍‌ଆର୍‌ଏଓ ପକ୍ଷରୁ ଟୁରିଜିମ୍ କନକ୍ଲେଭ ଆୟୋଜନ କରାଯାଉଛି।

Comment