ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ମୋଦୀଙ୍କ ସହ ସାକ୍ଷାତାକାର ପାଇଁ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତ କରିଛନ୍ତି। ମୋଦୀ ଓ ମମତାଙ୍କ ଏହି ସାକ୍ଷାତକାର ଏବେ ସମସ୍ତଙ୍କ ଫୋକସରେ ରହିଛି।

କେଉଁ ପ୍ରସଙ୍ଗରେ ମମତା ମୋଦୀଙ୍କ ମଧ୍ୟରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ। ଆଲୋଚନା ପୂର୍ବରୁ ବୈଠକ ସମ୍ପର୍କରେ ସୂଚନା ଦେବା ଠିକ୍‌ ନୁହେଁ ବୋଲି ମମତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ପଶ୍ଚିମବଙ୍ଗ ସରକାର ପାଇବାକୁ ଥିବା କେନ୍ଦ୍ରୀୟ ଅନୁଦାନ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମିଶ୍ରଣ ସମ୍ପର୍କରେ ମମତା ମୋଦୀଙ୍କ ସହ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି।

Comment