ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହ ପୁର ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ମିଳିଥିବା ଶବକୁ ନେଇ ବଢ଼ୁଛି ସସ୍‌ପେନ୍ସ। ଏହି ହାତ ଗୋଡ଼ ବନ୍ଧା ଶବଟି ମିଳିବା ପରେ ଏହା ନର୍ସ ନିହାରିକା ବୋଲି ସନ୍ଦେହ କରାଯାଉଛି। କାରଣ ନର୍ସ ନିହାରିକା କିଛି ଦିନ ହେବ ନିଖୋଜ ଥିବାରୁ ଏହି ଶବ ତାଙ୍କର ବୋଲି ସନ୍ଦେହ କରାଯାଉଛି। ଶବର ମୁହଁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହା ପ୍ରକୃତରେ ନିହାରିକା ନା ଆଉ କିଏ? ତାହା ଜାଣିବା ପାଇଁ ପୋଲିସ ଡିଏନ୍‌ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରିଛି।

ଡିଏନ୍‌ଏ ଟେଷ୍ଟ ପାଇଁ ନିହାରିକାଙ୍କ ବାପା, ମା’ଙ୍କର ରକ୍ତ ନମୁନା ସଂଗ୍ରହ ହେବ। ରିପୋର୍ଟ ଆସିବା ପରେ ତାକୁ ଅଧାର କରି ତଦନ୍ତ କରାଯିବ।

ବିଲୁଆଖାଇ ନଦୀ ପଠାରୁ ମିଳିଥିବା ଶବକୁ ପୋଲିସ କଟକ ଏସସିବିରେ ବ୍ୟବଚ୍ଛେଦ କରାଇଛି। ଶବର ମୁହଁ ନଷ୍ଟ ହୋଇଥିବାରୁ ପୋଲିସ ଡିଏନ୍‌ଏ ଟେଷ୍ଟର ସାହାରା ନେଇଛି। ତେବେ ତାଙ୍କ ପୋଷାକରୁ ପରିବାର ଲୋକ ନିହାରିକାଙ୍କର ବୋଲି ଚିହ୍ନଟ କରିଛନ୍ତି।

ଅନ୍ୟପଟେ ନିଆରିକାଙ୍କ ବାପା ଗଗନ ପାତ୍ର ବିରିଡ଼ି ଥାନାରେ ନିହାରିକାଙ୍କ ଏକାଧିକ ଯୁବକ ଦୁଷ୍କର୍ମ କରି ପରେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି।

Comment