ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେଲେ ବରିଷ୍ଠ ବିଜେପି ନେତା ତଥା ସାଂସଦ ସ୍ୱାମୀ ଚିନ୍ମୟାନନ୍ଦ। ଶାହାଜାହାନପୁର ଆଇନ ଛାତ୍ରୀ ଦୁଷ୍କର୍ମ ମାମଲାରେ ଉତ୍ତର ପ୍ରଦେଶ ପୋଲିସ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କରିଛି। ଶୁକ୍ରବାର ପୋଲିସ ତାଙ୍କ ଆଶ୍ରମ ଦିବ୍ୟଧାମରୁ ତାଙ୍କୁ ଗିରଫ କରିଛି। ଗିରଫ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ତାଙ୍କ ବିରୋଧରେ ଆଇପିସି ଧାରା ୩୭୬ ଲଗାଇ ଗିରଫ କରିଥିବା ସୂଚନା ମିଳିଛି। ଧାରା ୩୭୬ ହେଉଛି ପଦବୀରେ ଥାଇ ନିଜ କ୍ଷମତାର ଦୂରୁପଯୋଗ କରି ଯୌନ ସମ୍ପର୍କ ରଖିବା। ଏହି ଧାରାରେ ଦୋଷୀକୁ ୭ବର୍ଷର ଜେଲ ଦଣ୍ଡାଦେଶ ହୋଇଥାଏ।

ତେବେ ଆଇପିସିର ଧାରା ୩୭୬ଗ ଲଗାଇବା ପାଇଁ ସାଧାରଣରେ ଦାବି କରାଯାଇଛି। ୩୭୬ଗ ହେଉଛି ଦୁଷ୍କର୍ମ ମାମଲା। ଏଥିପାଇଁ ୭ ବର୍ଷରୁ ଅଧିକ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି।

ସ୍ପୋଶାଲ ଇନଭେଷ୍ଟିଗେସନ ଟିମ୍‌ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଶ୍ରମକୁ ସିଜ୍‌ କରିଛି। ଅନ୍ୟପକ୍ଷରେ ଚିନ୍ମୟାନନ୍ଦ ନିଜର ଦୋଷ ସ୍ୱୀକାର କରିଥିବା ଏସ୍‌ଆଇଟି ଟିମ୍‌ ପକ୍ଷରୁ କୁହାଯାଇଛି।

Comment