ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର ସଦର ପୋଲିସ ହାତରେ ଧରା ପଡ଼ିଲା ନବରଙ୍ଗରପୁର ଅପହରଣକାରୀ। ରକି ସାନ ହୋଟେଲର ମାଲିକ ଅପହରଣ ମାମଲାରେ ଜଡିତ ଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ବାବୁଲି ଡମ୍ବ।

ଗିରଫ ଅଭିଯୁକ୍ତ ଜଣକ ମଧ୍ୟ ଜୟପୁର ସଦର ଥାନା ଅଞ୍ଚଳରେ ହୋଇଥିବା ଡକାୟତି ମାମଲାରେ ଜଡ଼ିତ। ବର୍ତ୍ତମାନ କଟକ ଅପହରଣ ମାମଲାରେ ମଧ୍ୟ ବାବୁଲି ଜଡ଼ିତ ଥିବା ଥାନା ଅଧିକାରି ଶିବ ଶଙ୍କର ସାହୁ କହିଛନ୍ତି। ଏହାସହ ଅନେକ ଡକାୟତି, ଲୁଟ୍ ପରି ସଙ୍ଗିନ ମାମଲା ବାବୁଲି ନାଁରେ ରହିଥିବା ପୋଲିସ ସୁଚନା ଦେଇଛି।

Comment