ଓଡ଼ିଶାଲାଇଭ ବ୍ୟୁରୋ

ପେଡ଼ା ସୋରିଷ ତେଲର ବାସ୍ନା ହିଁ ନିଆରା। ସ୍ଵାଦିଷ୍ଟ ରୋଷେଇଠାରୁ ଆରମ୍ଭ କରି ରୁପଚର୍ଯ୍ୟା ଯାଏଁ ସବୁଥିରେ ବ୍ୟବହାର ହୋଇଥାଏ ସୋରିଷ ତେଲ। ଶୁଦ୍ଧ ସୋରିଷ ତେଲରେ ତିଆରି ରୋଷେଇ ଖାଦ୍ୟର ସ୍ୱାଦକୁ ବଦଳାଇ ଦିଏ।

ପେଡ଼ା କଞ୍ଚା ସୋରିଷ ତେଲ ସ୍ଵାସ୍ଥ୍ୟ ପାଇଁ ବି ଲାଭପ୍ରଦ। ଏହା ବହୁ ରୋଗର ସମାଧାନ କରିପାରେ। କିନ୍ତୁ ଆଜିକାଲି ବଜାରରେ ମିଳୁଥିବା ସୋରିଷ ତେଲ ବି ନକଲି ତିଆରି ହେଉଛି। ତେଲରେ ମିଶାଇବା ପାଇଁ ବିଦେଶରୁ ଓ୍ଵେଷ୍ଟେଡ୍ ପେଟ୍ରୋଲିୟମ୍ ଅଏଲ୍ ଆସୁଛି। ଏହାକୁ ରିଫାଇନ୍ କରି ସୋରିଷ ତେଲର ରଙ୍ଗ, ବାସ୍ନା ଦେଇ ବଜାରରେ ବିକ୍ରି କରାଯାଉଛି।

ତେବେ ଆପଣ ବ୍ୟବହାର କରୁଥିବା ସୋରିଷ ତେଲ କେତେ ଶୁଦ୍ଧ ତାହା ଜାଣିବେ କେମିତି?

ଟେଷ୍ଟ୍ ଟ୍ୟୁବ୍‌ରେ କିଛି ସୋରିଷ ତେଲ ବୁନ୍ଦା ନେଇ ସେଥିରେ ନାଇଟ୍ରିକ୍ ଏସିଡ୍‌ ଅଳ୍ପ ମାତ୍ରାରେ ମିଶାନ୍ତୁ। ଏହାପରେ ୨-୩ ମିନିଟ୍ ଯାଏଁ ଗରମ କରନ୍ତୁ। ଯଦି ତେଲର ରଙ୍ଗ ଲାଲି ହୋଇଯାଏ ତେବେ ଏହା ନକଲି।

ତେଲକୁ ନେଇ ଫ୍ରିଜ୍‌ରେ ରଖିନ୍ତୁ। ଯଦି ସୋରିଷ ତେଲଟି ବସିଯାଏ, ତେବେ ଏହା ନକଲି।

ଟିକିଏ ତେଲକୁ ନେଇ ହାତରେ ହାଲକା ମାଲିସ୍ କରନ୍ତୁ।  ହାତ ଉପରେ କୌଣସି ରଙ୍ଗ ଲାଖି ରହିଲେ ତାହା ନକଲି। କାରଣ ଶୁଦ୍ଧ ସୋରିଷ ତେଲ ହାତରେ ତେଲିଆ ଅଠାଳିଆ ହୋଇ ଲାଗିରହିବ। ଏବଂ ଏହାର କୌଣସି ରଙ୍ଗ ହୋଇ ନଥାଏ।

ଏକ ମିଲିଲିଟର ସୋରିଷ ତେଲରେ ୧୦ ମିଲିଲିଟର୍ ଏସିଡିଫାଇଡ୍ ପେଟ୍ରୋଲିୟମ୍ ଇଥର୍ ମିଶାନ୍ତୁ। ଦୁଇ ମିନିଟ୍ ଏହାକୁ ମିଶାଇବା ପରେ ଗୋଟିଏ ଟୋପା ମଲିବ୍ଡେଟ୍ ଫର୍ମୁଲା ମିଶାନ୍ତୁ। ତେଲ ମଇଳା ଦେଖାଗଲେ ଏହା ଜଡ଼ା ତେଲ ମିଶ୍ରିତ ବୋଲି ଜାଣିବେ।

Comment