ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ସୋରିଷ ତେଲ ରୋଷେଇରେ ବ୍ୟବହାର ହୋଇଥାଏ। କୁହାଯାଏ, ଖାଦ୍ୟରେ ସୋରିଷ ତେଲ ବ୍ୟବହାର କଲେ ତା’ର ସ୍ୱାଦ ଦୁଇଗୁଣିତ ହୋଇଯାଏ। କିନ୍ତୁ, ଏହା କେବଳ ଖାଦ୍ୟରେ ନୁହେଁ ସୌନ୍ଦର୍ଯ୍ୟରେ ବି ବ୍ୟବହାର ହୋଇଥାଏ।

  • ପ୍ରତିଦିନ ସକାଳୁ ପେଟର ନାଭିରେ ସୋରିଷ ତେଲ ଲଗାନ୍ତୁ, ଏହା ତ୍ୱଚାକୁ ଉଜ୍ଵଳ ରଖିବା ସହ ଆଖି ସମସ୍ୟା ଦୂର କରିଥାଏ।
  • ସୋରିଷ ତେଲ ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟ୍ରଲର ମାତ୍ର ସନ୍ତୁଳିତ ରହିଥାଏ। ଯାହାଫଳରେ ହୃଦ୍‌ଘାତ ଜନିତ ସମସ୍ୟା ହୋଇନଥାଏ।
  • ସୋରିଷ ତେଲ ବ୍ୟବହାର ଫଳରେ ଥଣ୍ଡା ସର୍ଦ୍ଦି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସୋରିଷ ତେଲ ପାଦରେ ମାଲିସ୍‌ କଲେ ଏଥିରୁ ଉପଶମ ମିଳିଥାଏ।
  • ସୋରିଷ ତେଲ କେଶ ସମସ୍ୟା ଦୂର କରିଥାଏ। ନିୟମିତ କେଶରେ ସୋରିଷ ତେଲର ବ୍ୟବହାର ଫଳରେ କେଶ ବଢ଼ିବା ସହିତ କେଶ ସୁସ୍ଥ ରହିଥାଏ।
  • ଓଠ ଓ ପାଦ ଫାଟିବା ସମସ୍ୟା ରହିଥିଲେ ସୋରିଷ ତେଲ ଏଥିରୁ ମୁକ୍ତି ଦେଇଥାଏ।
  • ଦାନ୍ତ ଓ ମାଢ଼ିରେ କିଛି ସମସ୍ୟା ରହିଥିଲେ ସୋରିଷ ତେଲ ବ୍ୟବାହାର କରିପାରିବେ।

Comment