ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ଡିସେମ୍ବର ୩୧ରେ ଅବସର ନେବେ। ସେଥିପାଇଁ ଏବେଠୁ ତାଙ୍କ ଉତ୍ତରାଧିକାରୀ ବା ନୂଆ ସେନାମୁଖ୍ୟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବୁଧବାର ସୂଚନା ଦିଆଯାଇଥିଲା। ନୂଆ ସେନା ମୁଖ୍ୟ ଦୌଡ଼ରେ ଲେଫ୍ଟନାଣ୍ଟ ଜେନେରାଲ ଏମଏମ ନରାୱନେ, ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ, ଲେଫ୍ଟନାଣ୍ଟ ଜେନେରାଲ ଏସକେ ସୈନୀ ରହିଛନ୍ତି।

ଏବେ ଆମ ଦେଶରେ ସେନାମୁଖ୍ୟ ଅବସର ନେବାର ୪ ମାସ ପୂର୍ବରୁ ହିଁ ନୂଆ ସେନାମୁଖ୍ୟ ପାଇଁ ନିଯୁକ୍ତି ପ୍ରକିୟା ଆରମ୍ଭ କରାଯାଉଛି। କାରଣ ବର୍ତ୍ତମାନ ସୀମାରେ ଯେପରି ଭାବରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଛି ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଏହି ପଦବୀ ନିଯୁକ୍ତି ପ୍ରକ୍ରିୟାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଭୂମିକା ବିଶେଷ ନଥାଏ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା ନିଯୁକ୍ତି କମିଟି ହିଁ ଏହାର ଅନୁମୋଦନ କରିଥାଏ ।

Comment