ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦେଶର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି। ତେବେ ତାଙ୍କ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦ୍ୱିତୀୟ ଲୋକପ୍ରିୟ ବ୍ୟକ୍ତିତ୍ୱ ହୋଇପାରିଛନ୍ତି। ଏହା ସହିତ ଭାରତରେ ସବୁଠାରୁ ଲୋକପ୍ରିୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ଧୋନି।

ମୋଷ୍ଟ ଆଡ୍‌ମାୟର୍ଡ ମେନ୍ ଇନ୍ ଇଣ୍ଡିଆର ସର୍ଭେରେ ଏନେଇ ତଥ୍ୟ ପ୍ରକାଶ ପାଇଛି। YouGov ଦ୍ୱାରା କରାଯାଇଥିବା ଏହି ସର୍ଭରେ ଶିଳ୍ପପତି ରତନ ଟାଟା ତୃତୀୟ ସ୍ଥାନରେ ଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଚତୁର୍ଥ, ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ସଚିନ୍ ତେନ୍ଦୁଲକର ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି। ସେହିଭଳି ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି।

ଭାରତୀୟ କ୍ରିକେଟ ଟିମର ଏହି ପୂର୍ବତନ ଅଧିନାୟକ ଲୋକପ୍ରିୟତାରେ ବିରାଟ କୋହଲି, ସଚିନ୍ ତେନ୍ଦୁଲକରଙ୍କୁ ପାର କରିଦେଇଛନ୍ତି। ୩୮ ବର୍ଷୀୟ ମହେନ୍ଦ୍ର ସିଂହ ଧୋନି ତାଙ୍କର କ୍ରିକେଟ କ୍ୟାରିଅରରେ ଭାରତକୁ ଦୁଇ ଦୁଇଟି ବିଶ୍ୱକପ୍ ଦେଇଛନ୍ତି। ୨୦୦୭ରେ ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଜିତିଥିଲା। ସେହିପରି ତାଙ୍କରି ନେତୃତ୍ୱରେ ଭାରତ ୨୮ ବର୍ଷ ପରେ ଘରୋଇ ମାଟିରେ ଦିନିକିଆ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା।

Comment