ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି।

ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ କରିବା ଏବଂ ଏକ ମଜଭୁତ ଓ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା। ଅକ୍ଟୋବର ୩୧, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପୁରସ୍କାରର ଘୋଷଣା କରାଯିବ।

ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ଓ ମୋହର ଥିବା ଏକ ସନନ୍ଦ ରୂପେ ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହ ସହିତ ଏକ ପୁରସ୍କାର ସମାରୋହରେ ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ପୁରସ୍କାର ସମିତିର ଗଠନ କରାଯିବ। ଏଥିରେ ସଦସ୍ୟ ଭାବେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ଗୃହସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନ କରାଯାଇଥିବା ତିନି ଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ।

ପୁରସ୍କାରରେ ଏକ ପଦକ ଏବଂ ସମ୍ବର୍ଦ୍ଧନା ପତ୍ର ରହିବ। ଏହି ପୁରସ୍କାରରେ କୌଣସି ଅନୁଦାନ କିମ୍ବା ନଗଦ ରାଶି ପ୍ରଦାନ କରାଯିବ ନାହିଁ। ଗୋଟିଏ ବର୍ଷ ମଧ୍ୟରେ ତିନିରୁ ଅଧିକ ପୁରସ୍କାର ଦିଆଯିବ ନାହିଁ।

ପ୍ରତିବର୍ଷ ନାମାଙ୍କନ ଆମନ୍ତ୍ରଣ କରାଯିବ। ଆବେଦନକୁ ଗୃହ ମନ୍ତ୍ରାଳୟ ଦ୍ୱାରା ବିଶେଷ ଭାବେ ଡିଜାଇନ କରାଯାଇଥିବା ୱେବସାଇଟରେ ଅନଲାଇନ ଫାଇଲ କରିବା ଭାରତର ସମସ୍ତ ନାଗରିକ, ସଂସ୍ଥା/ସଙ୍ଗଠନ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ।

Comment