ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ରାଜଧାନୀ ବେଜିଂରେ ଦୁନିଆର ସବୁଠୁ ବଡ଼ ଏୟାରପୋର୍ଟ ଏବେ ଲୋକଙ୍କ ପାଇଁ ପ୍ରସ୍ତୁତ। ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ ବୁଧବାର ଏହାକୁ ଉଦଘାଟନ କରିଛନ୍ତି।

ଚୀନରେ କମ୍ୟୁନିଷ୍ଟ ଶାସନକୁ ୭୦ ବର୍ଷ ପୂରିବା ଅବସରରେ ଏହି ଏୟାରପୋର୍ଟକୁ ଲୋକଙ୍କ ପାଇଁ ଖୋଲାଯାଇଛି। ଏହି ଏୟାରପୋର୍ଟର ନାମ ଦାକ୍ସିଙ୍ଗ୍‌ ଏୟାରପୋର୍ଟ ରଖାଯାଇଛି। ଏହି ଏୟାରପୋର୍ଟର ବେଜିଂର ଦାକ୍ସିଙ୍ଗରେ ରହିଛି।

୧୭୩ ଏକର ଜମିରେ ଷ୍ଟାରଫିଶ୍‌ ଆକୃତିରେ ଏହି ଏୟାରପୋର୍ଟ ନିର୍ମାଣ କରାଯାଇଛି।

ବର୍ତ୍ତମାନ ପାଇଁ ଏଠାରେ ୪ଟି ରନ୍‌ଓ୍ୱେ କରାଯାଇଛି। ବର୍ଷକୁ ପ୍ରାୟ ୧୦ କୋଟି ଯାତ୍ରୀ ଏଠାରେ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ଉଦଘାଟନ ପରେ ଏୟାରପୋର୍ଟରେ ଗୁଆଁଗଝୁ ସହର ପାଇଁ ଚୀନ ଏୟାରଲାଇନ୍ସର ଏ ୩୮୦ ବିମାନ ଉଡ଼ାଣ ଭରିଛି।

ସ୍ଥାନୀୟ ରିପୋର୍ଟ ଅନୁସାରେ ଏହି ଏୟାରପୋର୍ଟର ଡିଜାଇନ ବ୍ରିଟେନର ଆର୍କିଟେକ୍ଟ ଜାହା ହଦୀଦ ପ୍ରସ୍ତୁତ କରିଥିଲେ। ୨୦୧୬ରେ ହଦୀଦଙ୍କ ମୃତ୍ୟୁ ହୋଇଥିଲା। ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇଥିଲା। ନିର୍ମାଣକାର୍ଯ୍ୟରେ ୪ ବର୍ଷ ଲାଗି ଗଲା।

Comment