ଓଡ଼ିଶାଲାଇଭ ବ୍ୟୁରୋ

ହୋଲି ପର୍ବକୁ ଆଉ ସପ୍ତାହେରୁ କମ୍ ସମୟ ବାକି ରହିଲା। ହୋଲିକୁ ନେଇ ଲୋକେ ଉତ୍ସାହିତ ରହିଥିବା ବେଳେ ଏବେ କୋରୋନା ଭାଇରସ ଚିନ୍ତା ବଢ଼ାଇଛି। ହୋଲିରେ ଚାଇନା ରଙ୍ଗକୁ ନେଇ ଲୋକେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାରତରେ କୋରୋନା ଭାଇରସ ପ୍ରବେଶ କରିବା ପରେ ଲୋକେ ହୋଲି ପାଳିବେ କି ନାହିଁ ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ବିକ୍ରି ହେଉନି ଚାଇନା ରଙ୍ଗ

କୋରୋନା ଭାଇରସ୍‌ ପ୍ରଭାବ ହୋଲି ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଏଥର ହୋଲିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଡିସେମ୍ବର ମାସରୁ ଚୀନରୁ ଆସୁଥିବା ରଙ୍ଗ ଅବିର ଓ ପିଚିକାରୀ କିଣିଥିଲେ। ତେବେ  ଲୋକେ ଚୀନରୁ ଆସିଥିବା ଏହି ରଙ୍ଗ ଅବିର ଓ ପିଚିକାରୀ କିଣିବାକୁ ମୁହଁ ଫେରାଉଛନ୍ତି। ଏହା ବଦଳରେ ଲୋକେ ଆୟୁର୍ବେଦିକ କିମ୍ବା ହର୍ବାଲ ହୋଲି କିଣିବାକୁ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ୯୦ ପ୍ରତିଶତ ଲୋକେ ଭାରତୀୟ ରଙ୍ଗ ଅବିର କିଣୁଛନ୍ତି।

ପୁର୍ବରୁ ହୋଲି ପର୍ବରେ ଚୀନ ରଙ୍ଗଠାରୁ ଦୁରେଇ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏ ବାବଦରେ ସୋସିଆଲରେ ମିଡିଆରେ ବାର୍ତ୍ତା ଭାଇରାଲ ହୋଇଥିଲା। ସେହିପରି ଚୀନରୁ ଆସୁଥିବା ସମସ୍ତ ପ୍ରକାର ସାମଗ୍ରୀ ଉପରେ କଣକଣା ଜାରି କରାଯାଇଛି। ଏଥର ବଜାରରେ ହୋଲି ରଙ୍ଗ ପରିବର୍ତ୍ତେ ସାନିଟାଇଜର ଜିନିଷ ଚହିଦା ଅଧିକ ରହିଛି।

ରଦ୍ଦ ହେଉଛି ହୋଲି ମିଳନ ପର୍ବ

କୋରୋନା ଭାଇରସ ଭୟାବହତା ହୋଲି ମିଳନ ପର୍ବରେ ବି ଦେଖା ଦେଇଛି। ବିଭିନ୍ନ ସ୍ଥାନରେ ହୋଲିକୁ ନେଇ ହେବାକୁ ଥିବା ମିଳନ ପର୍ବ ରଦ୍ଦ କରାଯାଉଛି। ମିଳନ ପର୍ବ ପାଇଁ ବିଭିନ୍ନ ସ୍ଥାନ ବୁକିଂ କରାଯାଇଥିଲା। ତେବେ କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ଏହି ସବୁ ସ୍ଥାନର ବୁକିଂକୁ ବନ୍ଦ କରି ଦିଆଯାଇଛି।

Comment