ଓଡ଼ିଶାଲାଇଭ ବ୍ୟୁରୋ

ଭୁଟାନରେ ଭାରତୀୟ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇଜଣ ପାଇଲଟ ସହୀଦ ହୋଇଛନ୍ତି। ତାଙ୍କ ମଧ୍ୟରୁ ଜଣେ ଭାରତୀୟ ପାଇଲଟ ହୋଇଥିବା ବେଳେ ଅନ୍ୟ ଜଣକ ଭୁଟାନ ସେନାର ପାଇଲଟ।

ଭୁଟାନ ପାଇଲଟ ଜଣକ ଭାରତୀୟ ସେନା ସହ ଟ୍ରେନିଂରେ ଥିଲେ। ଭୁଟାନର ଖେଟୋଗମନୀ ହିଲ୍‌ସ୍ଥିତ ୟୋନଫୁଲାରେ ହେଲିକପ୍ଟର ଅବତରଣ କରୁଥିବା ବେଳେ ଦୁର୍ଘଟଣା ହୋଇଥିଲା।

ଗତ ସୋମବାର ମଧ୍ୟ ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା। ଲାଣ୍ଡିଙ୍ଗ ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ହେଲେ ଏଥିରେ କାହା କୌଣସି ବିଶେଷ କ୍ଷତି ହୋଇନଥିଲା।

Comment