ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ଚିକିତ୍ସିତ ହେଉଥିବା କାଳିଆର ଅବସ୍ଥା ସଙ୍କଟାପନ୍ନ ହେଉଛି। ଦିନକୁ ଦିନ କାଳିଆର ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି। ଏନେଇ ଏସସିବି ମେଡିକାଲ ଅଧୀକ୍ଷକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଏସିବି ଡାକ୍ତର ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ସହାୟତା ଲୋଡ଼ିଛନ୍ତି। ଏମ୍ସରୁ ଦୁଇ ଜଣ ବିଶେଷଜ୍ଞଙ୍କୁ ଏସିବି ପଠାଇବା ପାଇଁ ଦିଲ୍ଲୀ ଏମ୍ସକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଡାକ୍ତର ରାକେଶ ଲୋଧା, ଡାକ୍ତର ଦୀପକ ଗୁପ୍ତାଙ୍କ ଏସସିବି ପଠାଇବା ପାଇଁ ଚିଠିରେ ଲେଖାଯାଇଛି।

ସେପ୍ଟେମ୍ବର ୭ରେ ଦୁଇଭାଇ ଜଗା କାଳିଆ ଦିଲ୍ଲୀ ଏମସରୁ ଚିକିତ୍ସିତ ହୋଇ ଓଡ଼ିଶା ଫେରିଥିଲେ। ଦିଲ୍ଲୀ ଏମ୍‌ସରୁ ଫେରିବା ପରେ ରାଜ୍ୟ ସରକାର ତାଙ୍କର ଚିକିତ୍ସା କରିବା ପାଇଁ କଟକ ଏସସିବି ମେଡିକାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ଦୁଇଭାଇଙ୍କ ସ୍ୱାସ୍ଥ୍ୟର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ବିଭାଗର ସ୍ପେସିଆଲିଷ୍ଟ ଡାକ୍ତରଙ୍କ ସହ ଛଅଜଣିଆ ଟିମ୍ ଗଠନ ହୋଇଥିଲା।

କନ୍ଧମାଳ ମଳିପଡ଼ା ଗାଁର ଏହି ଦୁଇ ଶିଶୁଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ି ହୋଇ ରହିଥିଲା। ତେଣୁ ତାଙ୍କୁ ଦିଲ୍ଲୀ ଏମସ ହସ୍ପିଟାଲକୁ ନିଆଯାଇ ଗତ ୨୦୧୭ମସିହାରେ ଅପରେସନ୍ ମାଧ୍ୟମରେ ମୁଣ୍ଡ ଦୁଇକୁ ଅଲଗା କରାଯାଇଥିଲା। ଦୀର୍ଘ ୨୧ଘଣ୍ଟାର ଅପରେସନ୍ ପରେ ଡ଼ାକ୍ତରମାନଙ୍କର ଏକ ଟିମ୍ ଶିଶୁ ଦୁଇଜଣଙ୍କ ମୁଣ୍ଡକୁ ଅଲଗା କରିବାରେ ସକ୍ଷମ ହୋଇଥିଲା।

Comment