ଓଡ଼ିଶାଲାଇଭ୍ ବ୍ୟୁରୋ

କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ନବନିର୍ମାଣ କୃଷକ ସଙ୍ଗଠନ ମୟୂରଭଞ୍ଜ ଶାଖା ପକ୍ଷରୁ ବାରିପଦାଠାରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୟୂରଭଞ୍ଜ ଏସ୍‌ ପି ସ୍ମିଥ ପି ପରମାରଙ୍କ ନିକଟରେ ଏତଲା ଦିଆଯାଇଥିଲା

ମଧୁବନ ମିନି ଷ୍ଟାଡିୟମରୁ ଚାଷୀମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆରାକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ଶିବ ଶଙ୍କର ନାୟକ, ରଣଜିତ ନାୟକ, ରମାକାନ୍ତ ନାୟକ, ଶୁକୁରା ଖିଲାର, ଶ୍ୟାମସୁନ୍ଦର ଖିଲାର, ଭାସ୍କର ଜେନା, ବିଜ୍ଞାନନ୍ଦ ମଲ୍ଲିକ, ନରସିଂହ ବେହେରା, ବାଙ୍କା ସିଂ, ନିରଞ୍ଜନ ପାତ୍ର, ଦଶରଥ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ।

Comment