ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ କୃଷି ଆଇନକୁ ନେଇ ବିରୋଧ ଏଯାଏଁ ଥମିନିା ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା ପରେ ଏବେ ଓଡ଼ିଶାରେ ବି ବିରୋଧ ଦେଖିବାକୁ ମିଳିଛିା ନବ ନିର୍ମାଣ କୃଷକ ସଙ୍ଗଠନ ଏହି ଆଇନକୁ ବିରୋଧ କରି ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛିା

ଭୁବନେଶ୍ୱର ହାଇଟେକ୍‌ ଛକରେ ଶତାଧିକ ଚାଷୀ ଧାରଣାରେ ବସିବା ସହିତ କୃଷି ଆଇନକୁ ବିରୋଧ କରି ନାରା ଦେଇଛନ୍ତିା ଏହି ଆଇନ ଯଦି ପ୍ରତ୍ୟାହାର ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ଚାଷୀ ନେତା ଅକ୍ଷୟ କୁମାରା ରାସ୍ତା ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛିା ଫଳରେ ଏବେ କମିସନରେଟ ପୋଲିସ ସେଠାରେ ପହଞ୍ଚି ଆନ୍ଦୋଳନ ହଟାଇବାକୁ ଚେଷ୍ଟା କରୁଛିା

କିନ୍ତୁ ଚାଷୀ ନିଜ ଜିଦରେ ଅଟଳ ରହିଛନ୍ତିା କିଛି ପୋଲିସ କର୍ମୀ ପିପିଇ କିଟ୍‌ ପିନ୍ଧି ଚାଷୀଙ୍କୁ ରାସ୍ତାରୁ ଉଠାଇବାକୁ ଚେଷ୍ଟା କରିଛିା ତେବେ ପୋଲିସ ଚାଷୀ ନେତା ଅକ୍ଷୟ କୁମାରଙ୍କ ସହିତ ଶତାଧିକ ଚାଷୀଙ୍କୁ ଗିରଫ କରିଥିବା ଜଣାପଡ଼ିଛିା

Comment