ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ନ ହେବା ଓ ବାରମ୍ବାର ଗର୍ଭ ନଷ୍ଟ ହେବା ଭଳି ସମସ୍ୟା ଥିବା ମହିଳାମାନଙ୍କ ପାଇଁ ସମ୍ ହସ୍ପିଟାଲ୍‌ର ସେଣ୍ଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ (ସିଏଚ୍‌ଆର) ବିଭାଗ ଆନୁକୂଲ୍ୟରେ ଏକ ମେଗା ପରାମର୍ଶ ଓ ସଚେତନତା ଶିବିରର ଆୟୋଜନ କରାଯାଇଛି। ଅକ୍ଟୋବର ୩ ଓ ୪ ତାରିଖ ଦୁଇଦିନ ଧରି ଏହି ଶିବିର ଚାଲିବ।

ସମ୍‌ ସେଣ୍ଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ ବିଭାଗ ଅନେକ ଦମ୍ପତି ପିତାମାତା ହେବାର ସୋଭାଗ୍ୟ ଲାଭ କରିଛନ୍ତି। ସମ୍‌ରେ ଏହି ଉଚ୍ଚକୋଟୀର ଅତ୍ୟାଧୁନିକ ବିଭାଗର ସମସ୍ତ ଯନ୍ତ୍ରାଂଶ, ପରୀକ୍ଷାଗାର, ଗବେଷଣା ଓ ଅସ୍ତ୍ରୋପଚାର ଦକ୍ଷ ଏବଂ ସ୍ଵତନ୍ତ୍ର ତାଲିମ୍‌ପ୍ରାପ୍ତ ବିଶେଷଜ୍ଞଙ୍କ ଦ୍ୱାରା ସମ୍ପାଦନ କରାଯାଇଥାଏ। ଏହାର ଓ ଓଭ୍ୟୁଲେସନ୍‌ ଇଣ୍ଡକ୍ସନ୍, ଫଲିକୁଲର ମନିଟରିଙ୍ଗ୍, ଇଂଟ୍ରାୟୁଟେରାଇନ୍ ଇନ୍ସେମିନେସନ୍ ଇନ୍‌ଭିଟ୍ରୋ ଫର୍ଟିଲାଇଜେସନ୍, ସ୍ପର୍ମ ବ୍ୟାଙ୍କିଙ୍ଗ୍ ଚିକିତ୍ସା ପଦ୍ଧତି ମାଧ୍ୟମରେ ସୁରକ୍ଷିତ ଗର୍ଭସଂଚାର ଓ ସନ୍ତାନଧାରଣ ସମ୍ଭବ ହୋଇପାରୁଛି।

ଯେଉଁ ଦମ୍ପତିମାନଙ୍କର ବିବାହ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ହୋଇନାହିଁ, ବାରମ୍ବାର ଗର୍ଭ ନଷ୍ଟ ଭଳି ସମସ୍ୟା ଉପୁଜୁଛି। ସେହି ମହିଳାମାନେ ଏହି ଶିବିରରେ ଯୋଗ ଦେଇପାରିବେ।

ଏହି ବିଭାଗଟି ଦେଶର ସ୍ୱଳ୍ପ କିଛି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ କରାଯାଇଛି। ନିସନ୍ତାନ ଦମ୍ପତିମାନେ ଏହି ଶିବିରରେ ବହୁ ସଂଖ୍ୟାରେ ଯୋଗଦାନ କରି ବିଶେଷଜ୍ଞମାନଙ୍କ ପରାମର୍ଶ ନେଇପାରିବେ।

ଏ ବିଷୟରେ ଅଧିକ ଜାଣିବା ପାଇଁ ୯୪୩୮୨୦୦୧୪୦/ ୮୯୮୪୮୦୩୦୨୦ରେ ଯୋଗାଯୋଗ କରିପାରିବେ।

Comment