ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାରଠୁ ଆରମ୍ଭ ହୋଇଛି ପବିତ୍ର ନବରାତ୍ରି ଉତ୍ସବ। ଆଜି ନବରାତ୍ରିର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ମା’ଙ୍କୁ ବ୍ରହ୍ମଚାରିଣୀ ସ୍ୱରୂପରେ ଭକ୍ତମାନେ ଉପାସନା କରୁଛନ୍ତି। ସାରାଦେଶରେ ବେଶ୍‌ ଉତ୍ସାହ ଓ ଉତ୍କଣ୍ଠାର ସହ ଏହି ପର୍ବ ପାଳିତ ହେଉଛି। ଏହି ରୂପରେ ମା’ଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କଚୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟି କରି ମୋଦୀ ଲେଖିଛନ୍ତି,‘‘ ଆଜି ନବରାତ୍ରିର ଦ୍ୱିତୀୟ ଦିନ। କଠିନର ତପସ୍ୟା ପରେ ଫଳ ଦେଉଥିବା ମା’ ବ୍ରହ୍ମଚାରିଣୀ ସମସ୍ତଙ୍କ ସଂକଳ୍ପକୁ ପୂରା କରିବାକୁ ଶକ୍ତି ପ୍ରଦାନ କରୁନ୍ତୁ।

ଗତକାଲି ମା’ଦୁର୍ଗାଙ୍କୁ ଶୈଳପୁତ୍ରୀ ସ୍ୱରୂପରେ ପୂଜା କରିଥିଲେ ଭକ୍ତ।

Comment