ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଏବେ ଗାଡ଼ି ଚାଳକଙ୍କ ଲାଇନ୍‌ ଆରଟିଓରେ ଲାଗୁଛି। ଲାଇସେନ୍ସ ପାଇଁ ଚାଳକମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେଉଛନ୍ତି। ଗହଳି ଓ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ଭୁବନେଶ୍ୱରରେ ଖୋଲିଲା କ୍ୟାମ୍ପ ଅଫିସ୍‌।

ସହିଦ ନଗର ବିଏମ୍‌ସି ଓ୍ଵାର୍ଡ ଅଫିସ୍‌, ଓଏସ୍‌ଆରଟିସି ପରିସରରେ ଲୋକଙ୍କୁ ଲାଇସେନ୍ସ ଯୋଗାଇ ଦିଆଯିବ। ଅକ୍ଟୋବର ୪ ତାରିଖ ଯାଏଁ  ପୂର୍ବାହ୍‌ଣ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ।

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିବା ପାଇଁ ଆସୁଥିବା ବ୍ୟକ୍ତି ସାଙ୍ଗରେ ଆବେଦନ ପତ୍ରର ଫଟୋ କପି, ଶିକ୍ଷାଗତ ଯୋଗ୍ୟତା କାର୍ଡ, ଆଧାର କାର୍ଡ ଏବଂ ବ୍ରଡ୍‌ ଗ୍ରୁପ୍‌ ସାର୍ଟିଫିକେଟ୍‌ ଆଣିବାକୁ କୁହାଯାଇଛି।

Comment