ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ସରିଲା ରାଜ୍ୟ ସରକାରଙ୍କ ୬ ମାସର କଣ୍ଟ। ମାର୍ଚ୍ଚ ପହିଲାରୁ ରାଜ୍ୟରେ କଡ଼ା ହେବ ଟ୍ରାଫିକ୍‌ ନିୟମ। ନୂଆ ମୋଟରଯାନ ଆଇନ୍‌ ଅନୁଯାୟୀ, ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବେ, ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ। ଏନେଇ ପହିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ‘‘ନୂଆ ମୋଟରଯାନ ନିୟମ ଅନୁଯାୟୀ କଡ଼ାକଡ଼ି ହେବ ଜରିମାନା ଆଦାୟ। ପ୍ରାୟ ଲୋକ ଗାଡ଼ି ସମ୍ପର୍କିତ କାଗଜପତ୍ର କରିସାରିଲେଣି। ମାର୍ଚ୍ଚ ପହିଲାରୁ ପୁଣି ନିୟମକୁ କଡ଼ାକଡ଼ି ପାଳନ କରାଯିବ।’’

ଗତବର୍ଷ ସେପ୍ଟେମ୍ବର ମାସରୁ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିଲା। ଏହାପରେ ରାଜ୍ୟରେ ମଧ୍ୟ ଟ୍ରାଫିକ୍ ନିୟମ ଉଲଘଂନକାରୀଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିଥିଲା, ଯାହାକୁ ନେଇ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଡିସେମ୍ବର ମାସ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ମାସ ବେଳକୁ ମଧ୍ୟ ଲୋକମାନେ ନିଜର କାଗଜପତ୍ର ଓ ଲାଇସେନ୍ସ କରିପାରିନଥିଲେ। ଯେଉଁ କାରଣରୁ ଆରଟିଓ ଅଫିସରେ ଲମ୍ବାଲାଇନ୍ ଦେଖିବାକୁ ମିଳିଥିଲା। ଭିଡ଼ ଓ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଡ଼ି କାଗଜପତ୍ର ଓ ଲାଇସେନ୍ସ କ୍ଷେତ୍ରରେ ଆଉଥରେ ପୁଣି ତିନି ମାସ ନିୟମ କୋହଳ କରିଥିଲେ।

Comment