ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏନ୍‌ଏସ ବିକ୍ରମାଦିତ୍ୟ ଯୁଦ୍ଧ ଜାହାଜରେ ପୂରା ଗୋଟିଏ ଦିନ କାଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ନୌସେନାର ଯୁଦ୍ଧ କୌଶଳ ଦେଖି ବେଶ୍‌ ଖୁସି ପ୍ରକାଶ କରିଛନ୍ତି ରାଜନାଥ ସିଂହ। ଜଳପଥରେ ଆକ୍ରମଣ ଉଦ୍ଦେଶ୍ୟକୁ ରୋକିବାକୁ ସତର୍କ ରହିବାକୁ ନୋସେନାକୁ ପରାମର୍ଶ ଦେଇଛନ୍ତି।

ରବିବାର ଦିନ ଗୋଆ ଉପକୂଳରେ ନିଜର ସାମରିକ ଦକ୍ଷତା ଦେଖାଇଛି ବିକ୍ରମାଦିତ୍ୟ। ଏହି ଯୁଦ୍ଧ ଜାହାଜର ଯୁଦ୍ଧ କୌଶଳ ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ ରାଜନାଥ ସିଂହ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜନାଥ କହିଛନ୍ତି, ‘‘ଆମ ଦେଶ ସୁରକ୍ଷିତ ହାତରେ ଅଛି। ଭାରତ ମହାସାଗରରେ ନୌସେନାର ଉପସ୍ଥିତି ଦେଶର ସୁରକ୍ଷା ବଢ଼ାଇଛି।’’

ପାକିସ୍ତାନର ନାଁ ନନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ୨୬/୧୧ ଭଳି ଆକ୍ରମଣ କରି ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ପଡ଼ୋଶୀ ଦେଶ ଉଦ୍ୟମ କରୁଛି। ତେଣୁ ଜଳପଥରେ ଯେମିତି କୌଣସି ଆତଙ୍କବାଦୀ ନଆସନ୍ତି ସେଥିପାଇଁ ସତର୍କ ରହିବାକୁ ନୋସନାକୁ ପରାମର୍ଶ ଦେଇଛନ୍ତି।

Comment