ଓଡ଼ିଶାଲାଇଭ ବ୍ୟୁରୋ

ଠକେଇ ଅଭିଯୋଗରେ ବିଜେଡିର ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷିରୋଦ ମଲ୍ଲିକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। କ୍ଷୀରୋଦଙ୍କ ସହ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରାଯାଇଛି।

ଆର୍ଥିକ ଅନିୟମିତତା ମାମଲାରେ କ୍ଷୀରୋଦ ଓ ତାଙ୍କ ପୁଅକୁ ସମ୍ଵଲପୁରରୁ ଗିରଫ କରାଯାଇଛି। ମୁମ୍ଵାଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ ଚିଟ୍‌ଫଣ୍ଡ ମାମଲାରେ କ୍ଷୀରୋଦ ଜେଲ ଯାଇଥିଲେ।

୨୦୧୨ ଚିଟ୍‌ଫଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ମାଇକ୍ରୋ ଫାଇନାନ୍ସ ଜରିଆରେ ସେ ଓଡ଼ିଶାରେ ଅନେକ ଶାଖା ଖୋଲିଥିଲେ। ଏଥିରେ ଅନେକ ଲୋକଙ୍କଠୁ ଟଙ୍କା ଲୁଟ୍‌ କରାଯାଇଥିଲା। ଏହି ଚେର ମୁମ୍ଵାଇ ଯାଏଁ ମଧ୍ୟ ଲମ୍ଵିଛି।

Comment