ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ନିର୍ବାଚନ ଲଢ଼ିବେନି ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। କଂଗ୍ରେସର ପଦଯାତ୍ରା ଅବସରରେ ଏନେଇ ଭକ୍ତ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭକ୍ତ ଦାସ କହିଛନ୍ତି, “ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ। ଏଭିତରରେ ମୁଁ ୯ ଥର ଲୋକସଭା ନିର୍ବାଚନ ଲଢ଼ି ସାରିଲିଣି। ୩ ଥର ଜିତି ସାଂସଦ ହୋଇଥିବା ବେଳେ ୬ ଥର ହାରିଛି। ତେବେ ବର୍ତ୍ତମାନ ସମୟରେ ଲୋକଙ୍କ ଉପରେ ବୋଝ ହେବା ଅପେକ୍ଷା ନୂଆ ପିଲାଙ୍କୁ ସୁଯୋଗ ଦେବା ଉଚିତ।”

ଭକ୍ତ ନିର୍ବାଚନ ଲଢ଼ିବାକୁ ମନା କରିଥିବା ବେଳେ କଂଗ୍ରେସ ଦଳରେ ରହି ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସେ କୋଶଳ ରାଜ୍ୟ ଗଠନକୁ ପରୋକ୍ଷ ଭାବେ ସମର୍ଥନ ଜଣାଇଛନ୍ତି। ଭକ୍ତ କହିଛନ୍ତି ଯେ, “ଛୋଟ ଛୋଟ ରାଜ୍ୟ କରି ଲେଶକଙ୍କୁ ନ୍ୟାୟ ଦେବା ଆବଶ୍ୟକ। ନଚେତ୍‌ ପଶ୍ଚିମ ଓଡ଼ିଶାରେ ଏକ ମିନି ରାଜଧାନୀ କରିବା ଆବଶ୍ୟକ। ଯେଉଁଥିରେ ବର୍ଷକୁ ଥରେ ବିଧାନସଭା ଅଧିବେଶନ ଏବଂ ଏକ ହାଇକୋର୍ଟ ରହିବା ଉଚିତ। ଏହା ଦ୍ୱାରା ଓଡ଼ିଶାକୁ ବିଭାଜନରୁ ରକ୍ଷା କରାଯାଇପାରିବ।”

Comment