ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ସରିବା ପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଛନ୍ତି।

୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଖରାପ ପ୍ରଦର୍ଶନ କରିଥିବାରୁ ଶ୍ରୀ ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

ଏହା ପୂର୍ବରୁ ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ।

୨୦୧୯ ନିର୍ବାଚନରେ ଓଡ଼ିଶାରେ ୧୪୬ଟି ବିଧାନସଭା ଆସନରୁ କଂଗ୍ରେସ ୯ଟି ବିଜୟ ହୋଇଥିବା ବେଳେ ୨୧ଟି ଲୋକସଭା ଆସନରୁ ମାତ୍ର ଗୋଟିଏ ଆସନରେ ବିଜୟ ହୋଇଛି।

Comment