ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ସକାଳ ୯ଟାରେ ପ୍ରକାଶ ପାଇବ ୨୦୧୯ ମାଟ୍ରିକ୍‌ ଫଳାଫଳ। ମାଧ୍ୟମିକ ଶିକ୍ଷା ବୋର୍ଡର ୱେବସାଇଟ୍‌ରେ ମାଟ୍ରିକ୍‌ ଫଳାଫଳ ଉପଲବ୍ଧ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ସଭାପତି ଜାହାନ ଆର ବେଗମ୍ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ଦିନ ୧୧ଟାରେ ମାଟ୍ରିକ୍‌ ଫଳାଫଳ ୱେବସାଇଟ୍‌ରେ ଉପଲବ୍ଧ ହେବ। www. bseodisha.nic.in ଏବଂ www. bseodisha.ac.in ୱେବସାଇଟ୍‌ରେ ସିଧାସଳଖ ରୋଲ୍‌ ନମ୍ବର ଦେଇ ଆପଣ ରେଜଲ୍ଟ ଦେଖିପାରିବେ। ସେହିପରି ମୋବାଇଲ୍‌ରେ SMS ଜରିଆରେ ମଧ୍ୟ ମାଟ୍ରିକ୍‌ ଫଳାଫଳ ପାଇପାରିବେ।

ମୋବାଇଲ୍‌ରେ ରିଜଲ୍ଟ ପାଇବା ପାଇଁ ମେସ୍‌ଜ୍‌ ବକ୍ସରେ OR10(ସ୍ପେସ୍‌) ରୋଲ୍‌ ନମ୍ବର ଟାଇପ୍‌ କରି ୫୬୭୬୭୫୦ରେ ମେସେଜ୍‌ ସେଣ୍ଡ୍‌ କରନ୍ତୁ। ଏହା ପରେ ଉକ୍ତ ରୋଲ୍‌ ନମ୍ବରର ରେଜଲ୍ଟ ଆପଣଙ୍କ ମୋବାଇଲ୍‌ରେ ମେସ୍‌ଜ୍ ଆସିଯିବ।

ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟରେ ବାତ୍ୟା ଫନି ପ୍ରଭାବରୁ ମାଟ୍ରିକ୍ ରେଜଲ୍ଟରେ ପ୍ରକାଶ ପାଇବାରେ ସାମାନ୍ୟ ବିଳମ୍ବ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Comment