ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଏପରି ଅନେକ ମନ୍ଦିର ରହିଛି ଯାହା ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠି ସମସ୍ତ ଇଛା ପୂରା ହୋଇଥାଏ। ମଧ୍ୟପ୍ରଦେଶରେ ରହିଛି ଏପରି ଏକ ମନ୍ଦିର ଯେଉଁଠାରେ ଓଲଟା ସ୍ୱସ୍ତିକ କରିବା ଦ୍ୱାରା ସମସ୍ତ ଇଛା ପୂରଣ ହୋଇଥାଏ।

ପୁରାଣଶାସ୍ତ୍ର ଅନୁଯାୟୀ, ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭିନ୍ନ ପ୍ରକାରର ଗଣେଶ ମନ୍ଦିର ରହିଛି। ଏହି ମନ୍ଦିରର ପଛ କାନ୍ଥରେ ଅର୍ଥାତ୍ ଗଣେଶଙ୍କ ପିଠିରେ ଓଲଟା ସ୍ୱସ୍ତିକ ବନାଇବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ମନ୍ଦିରର ନାମ ଖାଜାରଣ ମନ୍ଦର ଅଟେ।

କୁହାଯାଇଥାଏ କି ,ସେଠାକୁ ଯାଇଥିବା ପ୍ରତ୍ୟେକ ଭକ୍ତଙ୍କ ମାନସିକ ପୂର୍ଣ୍ଣ ହେବାପରେ ପୁଣି ଥରେ ସେହି ମନ୍ଦିରକୁ ଫେରିଥାନ୍ତି। ଏହି ଗଣେଶ ମନ୍ଦିରର ବୁଧବାର ପୂଜାର ଅଧିକ ମାନ୍ୟତା ରହିଛି। ଏହି ଦିନ ଗଣେଶଙ୍କ ସଜବାଜ ପରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥାଏ। ଏପରିକି ସନ୍ଧ୍ୟାର ଆରତି ଦେଖିବା ପାଇଁ ଏଠାରେ ଖୁବ ଭିଡ଼ ମଧ୍ୟ ଜମିଥାଏ। ପ୍ରତିଦିନ ଏହି ସ୍ଥାନକୁ ୧୦ ହଜାରରୁ ଅଧିକ ଲୋକ ଦର୍ଶନ ପାଇ ଆସିଥାନ୍ତି।

Comment