ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଏଭଳି ଏକ ମନ୍ଦିର ଅଛି। ଯେଉଁଠି ଠାକୁରଙ୍କ ନିଜ ମନକଥା ଶୁଣାଇବା ପାଇଁ ଭକ୍ତ ମୋବାଇଲ ବ୍ୟବହାର କରନ୍ତି।

ମଧ୍ୟପ୍ରଦେଶ ଇନ୍ଦୋରରେ ରହିଛି ପ୍ରଭୁ ଗଣେଶଙ୍କର ୧୨ ଶହ ବର୍ଷ ପୁରାତନ ମନ୍ଦିର। ଏଠାରେ ଶ୍ରଦ୍ଧାଳୁଙ୍କ ସମସ୍ୟା ମୋବାଇଲ୍ ଫୋନ୍‌ରେ ଶୁଣନ୍ତି ଠାକୁର। ଭକ୍ତମାନେ ବିବାହ, କ୍ୟାରିୟର ଭଳି ସମସ୍ୟାର ସମାଧାନ ପାଇଁ ପ୍ରଭୁ ଗଣେଶଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି।

ଜର୍ମାନୀ, ୟୁଏସ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ବହୁ ଦେଶରୁ ପ୍ରଭୁ ଗଣେଶଙ୍କ ନିକଟକୁ ଫୋନ୍ ଆସୁଛି। ପୂଜାରୀ ଠାକୁରଙ୍କ କାନ ପାଖରେ  ମୋବାଇଲ ଧରି ଭକ୍ତଙ୍କ ପାଖରୁ ଆସିଥିବା ଅଭିଯୋଗ ଶୁଣାନ୍ତି। ଏହାପରେ ସମସ୍ତ ସମସ୍ୟା ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ପୂର୍ବରୁ ମନ୍ଦିରରକୁ ଶ୍ରଦ୍ଧାଳୁଙ୍କ ସମସ୍ୟା ସମ୍ପର୍କିତ ଶହ ଶହ ଚିଠି ଆସୁଥିଲା। ପୂଜାରୀ ଠାକୁରଙ୍କ ପାଖରେ ଗୋଟି ଗୋଟି କରି ଚିଠି ପଢ଼ି ଶୁଣାଉଥିଲେ। ତେବେ ଥରେ ଜର୍ମାନୀରୁ ଜଣେ ଶ୍ରଦ୍ଧାଳୁ ମୋବାଇଲ୍ ଫୋନ୍‌ରେ ଠାକୁରଙ୍କୁ ନିଜ ସମସ୍ୟା କହିବାକୁ ଇଛା ପ୍ରକାଶ କରିଥିଲେ। ପୂଜାରୀ ମୋବାଇଲ ଫୋନ୍ ଠାକୁରଙ୍କ କାନ ପାଖରେ ରଖିଥିଲେ। ଏହାପରେ ଚିଠି ପରିବର୍ତ୍ତେ ଏଠାରେ ମୋବାଇଲ ମାଧ୍ୟମରେ ସମସ୍ୟା ନିରାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି।

Comment