ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟ ସ୍ୱଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ କରିଛି। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର ପାଲଟିଛି। ଗୁଜୁରାଟ ଦ୍ୱିତୀୟ ସ୍ଥାନରେ ସୁରତ ଏବଂ ତୃତୀୟ ସ୍ଥାନରେ ନବି ମୁମ୍ବାଇ ରହିଛି। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ଇନ୍ଦୋରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।BGU

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଇନ୍ଦୋର କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଭାରତର ସବୁଠାରୁ ସ୍ୱଚ୍ଛ ସହର ହୋଇଛି। ଇନ୍ଦୋର ଏବଂ ଏହାର ଲୋକମାନେ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋର ହେଉଛି ଭାରତର ଏକ ସୁନ୍ଦର ସ୍ଥାନ। ଏହି ସହରକୁ ମଧ୍ୟପ୍ରଦେଶର ହୃଦୟ ବୋଲି କୁହାଯାଏ। ଇନ୍ଦୋର ମଧ୍ୟପ୍ରଦେଶର ସବୁଠୁ ବଡ଼ ସହର ଏବଂ ଏହାର ଇତିହାସ ବହୁତ ପୁରୁଣା। ଭଗବାନ ଇନ୍ଦ୍ରେଶ୍ୱରଙ୍କ ନାମ ଅନୁସାରେ ଏହି ସହର ନାମିତ ହୋଇଛି।

Comment