ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଆସିପାରିଲେନି ସମ୍ପର୍କୀୟ। ଶେଷରେ ସ୍ଵାମୀକୁ ମୁଖାଗ୍ନୀ ଦେଲା ସ୍ତ୍ରୀ

ଲକ୍‌ଡାଉନ୍‌ ଯୋଗୁଁ ଶେଷ ଦର୍ଶନ କରିପାରିଲେନି ସମ୍ପର୍କୀୟ। ଶେଷରେ ସ୍ତ୍ରୀ ମୁଖାଗ୍ନୀ ଦେଲା ସ୍ଵାମୀକୁ। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ। ବ୍ୟକ୍ତି ଜଣକ କରୋନା ସଂକ୍ରମିତ ଥିବା କୁହାଯାଉଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଅମିତ ଅଗ୍ରଓ୍ଵାଲ।

ଅମିତ ତାଙ୍କ ବାପାଙ୍କ ସହ ରାଇସେନରେ ଏକ ଟିଫିନ ସେଣ୍ଟର ଚଲାଉଥିଲେ। ବୁଧବାର ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୋପାଳର ହମିଦିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶୁକ୍ରବାର ତାଙ୍କ ସ୍ଵାସ୍ଥ୍ୟବସ୍ଥ ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ପତ୍ନୀ ପତ୍ନୀ ବର୍ଷା ଏକ ବ୍ୟାଙ୍କରେ କାମ କରନ୍ତି। ସ୍ୱାମୀଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇବା ପରେ ସେ ତାଙ୍କ ସ୍ୱାମୀଙ୍କ ଶବଦାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଅମିତଙ୍କ ଭାଇଙ୍କୁ ମଧ୍ୟ କରୋନା ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ ତାଙ୍କର ଉଭୟ ପିଲା ରାଜଧାନୀ ଭୋପାଳରେ ଅଛନ୍ତି।

corona

ଶବକୁ ଘରକୁ ନେବାକୁ ଅନୁମତି ମାଗିଥିଲେ ମଧ୍ୟ କରୋନା ଯାଞ୍ଚ ଶେଷ ହୋଇ ନ ଥିବାରୁ ଡାକ୍ତରଖାନା ଅନୁମତି ଦେଇନଥିଲା। ଏହା ପରେ ବର୍ଷା ତାଙ୍କ ସାଙ୍ଗ ଏବଂ ତାଙ୍କ ପିତାଙ୍କ ସହିତ ଶବକୁ ବିଶ୍ରାମ ଘାଟକୁ ନେଇ ସେଠାରେ ଅନ୍ତିମ ସଂସ୍କାର କରିଥିଲେ।

ଅମିତ ତାଙ୍କ ପିତା ସୁଖଲାଲ ଅଗ୍ରୱାଲଙ୍କ ସହ ରାଇସେନରେ ଟିଫିନ୍ ସେଣ୍ଟର ଚଳାଉଥିଲେ। ସେ ଲକ୍‌ଡାଉନ୍‌ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲେ। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ କରୋନା ସଂକ୍ରମିତ ହୋଇଛି। ସେତେବେଳେ ସେ କାମ ବନ୍ଦ କରିଦେଇଥିଲେ।

ପରେ ବର୍ଷାଙ୍କ ସହ କାମ କରୁଥିବା ୬ଜଣ ସହକର୍ମୀଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିଲା। ଡାକ୍ତରଖାନାରେ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଚାରି ଜଣ ନର୍ସ, ଓ୍ଵାର୍ଡବଏ ଏବଂ ସୁରକ୍ଷାକର୍ମୀଙ୍କୁ ମଧ୍ୟ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି।

ମଧ୍ୟପ୍ରଦେଶରେ ୧୮୦୦ରୁ ଅଧିକ କରୋନା ପଜିଟିଭ୍‌ ରିପୋର୍ଟ ସାମ୍ନାକୁ ଆସିଛି। ଏହାସହ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇନ୍ଦୋର ହେଉଛି ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ସହର, ଯେଉଁଠାରେ କରୋନା ଯୋଗୁଁ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Comment