ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ନବରାତ୍ରିର ପଞ୍ଚମ ଦିନ। ଆଜି ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା । ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି।

ଦେବୀ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଅବତାରରେ ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି।

ଯେଉଁ ଭକ୍ତ ସ୍କନ୍ଦମାତାଙ୍କ ପୂଜା କରିଥାନ୍ତି ମା’ ତାଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ନବରାତ୍ରିର ପଞ୍ଚମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମା’ ସ୍କନ୍ଦମାତା ସର୍ବଦା ସମାଜର ମଙ୍ଗଳ କରନ୍ତୁ ବୋଲି ମୋଦୀ ତାଙ୍କ ଟୁଇଟରେ ଲେଖିଛନ୍ତି।

Comment