ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ାରୁ ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ। କେନ୍ଦ୍ର ଗୃହ ମନ୍ତ୍ରାଳୟ କେନ୍ଦ୍ରାପଡ଼ାରେ ଏନ୍‌ଆର୍‌ସି ଲାଗୁ ନେଇ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି। ଗତ ଜାନୁଆରୀ ମାସରେ ଓଡ଼ିଶା ହାଇକୋର୍ଟ ଏନଆର୍‌ସି ଲାଗୁ ନେଇ ଦେଇଥିବା ରାୟକୁ ଲାଗୁ କରାଯାଉ ବୋଲି ଚିଠିରେ ଦର୍ଶାଯାଇଛି।

ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ମୋହତ ଅଗ୍ରୱାଲ ୨୦୧୮ ନଭେମ୍ବର ୨୬ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏନ୍‌ଆର୍‌ସି ନବୀକରଣ ଲାଗି ନିର୍ଦ୍ଦେଶ ଦିଆଯିବାକୁ ସୁପାରିଶ କରାଯାଇଥିଲା।

ହାଇକୋର୍ଟ ଏହାକୁ ଗ୍ରହଣ କରି ୨୦୧୯ ଜାନୁଆରୀ ୨୧ରେ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ଆମିକସ୍‌ କ୍ୟୁରୀଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Comment