ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ସୌରାସାହିସ୍ଥିତ ମା’ ବସନ୍ତାୟୀ ମନ୍ଦିର ଛକଠାରେ ଭଜନ ସମାରୋହ ସହ ମେଲୋଡି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଷ୍ଟେଜ୍‌ ଉପରେ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। ସିଙ୍ଗରଙ୍କ ଗୀତର ତାଳେ ତାଳେ ତାରା ପ୍ରସାଦ ନାଚିଥିଲେ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ତହସଲିଦାର ମାତାରାମ ଲେହାଙ୍ଗିନ ସହ ଜିଲ୍ଲା ପରିଷଦ ସଭ୍ୟ ବିନ୍ଦୁ ରାଣି ମିଶ୍ରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷ ୫ ଜଣଙ୍କୁ ଦଶହରା ମହୋତ୍ସବ କମିଟି ତରଫରୁ ସମ୍ମାନିତ କରାଯାଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଟି ସୌରୀ ଓ ପ୍ରଦୀପ ପଲେଇଙ୍କ ଗୀତରେ ପରିବେଶ ମୁଖରିତ ହୋଇଥିବା ବେଳେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଚରେ ଦୁଲୁକିଥିଲା।

Comment